ଅକ୍ଷର ବ୍ୟୁରୋ: ଇରାନ-ଆମେରିକା ଯୁଦ୍ଧ ଯୋଗୁ ସାରା ବିଶ୍ୱରେ ଦେଖା ଦେଇଥିବା ତୈଳ ସଙ୍କଟର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ବିଭିନ୍ନ ଖର୍ଚ୍ଚକାଟ ପାଇଁ ଆହ୍ୱାନ ଦେଇଛନ୍ତି । ସେହିପରି ପ୍ରଧାନମନ୍ତ୍ରୀଙ୍କୁ ଅନୁସରଣ କରି ମୁଖ୍ୟମନ୍ତ୍ରୀ ମଧ୍ୟ ନିଜ କାରକେଡ୍ରେ ଗାଡ଼ି ସଂଖ୍ୟା କମେଇଛନ୍ତି । ଯାହା ଏବେ ମାତ୍ର ୪ଟିରେ ସୀମିତ ରଖିଛନ୍ତି । ଗତ ୧୩ ତାରିଖରେ କାରକେଡ୍ରେ ଥିବା ଗାଡ଼ି ସଂଖ୍ୟା ୧୨ଟିରୁ ୭ଟିକୁ ହ୍ରାସ କରିଥିଲେ । ଶୁକ୍ରବାର ଏହାକୁ ଆହୁରି ୩ଟି କମ୍ କରିଛନ୍ତି । ଏଣିକି ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ରେ ରେ ପ୍ରଥମେ ପାଇଲଟ୍ କାର ରହିବ । ଦ୍ୱିତୀୟ କାର୍ ରେ ମୁଖ୍ୟମନ୍ତ୍ରୀ ରହିବେ । ତୃତୀୟ କାର୍ ରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଅଧିକାରୀ ରହିବେ । ଏବଂ ଚତୁର୍ଥ କାର୍ ରେ ଏସ୍କର୍ଟ-୨ (କମାଣ୍ଡୋ) ରହିବେ ।
ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଇନ୍ଚାର୍ଜ ଦାୟିତ୍ୱରେ ଥିବା ଡିସିପି (ସିକ୍ୟୁରିଟି) ଅଶୋକ ପାଣିଗ୍ରାହୀ ଏସ୍କର୍ଟ-୨ ଗାଡି଼ରେ ଯିବେ । ଉଲ୍ଲେଖଯୋଗ୍ୟ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ପ୍ରମୁଖ ନିଜର ଗାଡ଼ି ସଂଖ୍ୟା କମ୍ କରିଛନ୍ତି । କେବଳ ଗୋଟିଏ ଗାଡ଼ିରେ ଯିବା ସହିତ ଆବଶ୍ୟକ ପଡ଼ିଲେ ଇଭିରେ ଯିବା ମଧ୍ୟ ନଜର ଆସିଛି । ମନ୍ତ୍ରୀମାନେ ଏଭଳି କରିବା ସହିତ ସାଧାରଣ ଜନତାକୁ ପେଟ୍ରୋଲ ଓ ଡିଜେଲ୍ ବ୍ୟବହାର କମ୍ କରିବା ସହିତ ଖର୍ଚ୍ଚ କାଟ କରିବାକୁ ଅନୁରୋଧ କରିଛନ୍ତି । ଗତକାଲି ମଧ୍ୟ ରାଜ୍ୟ ସରକାରୀ ଅନୁଷ୍ଠାନଗୁଡ଼ିରେ ଇଭି କିଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିହାତି ଆବଶ୍ୟକ ନ ହେଲେ ଭର୍ଚୁଆଲ୍ ବୈଠକ କରିବାକୁ କୁହାଯାଇଛି ।













Leave a Reply