ଅକ୍ଷର ବ୍ୟୁରୋ: ରାଜ୍ୟରେ ହନ୍ତସନ୍ତ କଲାଣି ତେଲ ସଙ୍କଟ । ଭିଡ଼ ସାମାନ୍ୟ କମିଛି, କିନ୍ତୁ ସଙ୍କଟ ଟଳିନି । ଗତକାଲି ଅପେକ୍ଷା ଆଜି ଭିଡ ଟିକେ କମ୍ ଅଛି । ସହରାଞ୍ଚଳରେ ବିଭିନ୍ନ ପେଟ୍ରୋଲ ପମ୍ପରେ ସ୍ଥିତି ସ୍ୱାଭାବିକ ହେଉଥିବା ଦେଖିବାକୁ ମିଳିଛି । କିନ୍ତୁ ଗ୍ରାମାଞ୍ଚଳରେ ଅନେକ ପେଟ୍ରୋଲ ପମ୍ପ ବନ୍ଦ ରହିଛି । ପେଟ୍ରୋଲ ପାଇଁ ଗ୍ରାମାଞ୍ଚଳରେ ଲୋକେ ହଇରାଣ ହେଉଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ପେଟ୍ରୋଲ ପମ୍ପରେ ଗହଳି ଦେଖିବାକୁ ମିଳୁଛି । ଲୋକେ ଦୁଇ ଚକିଆ ଏବଂ ଚାରି ଚକିଆ ଗାଡ଼ି ଧରି ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହେଉଛନ୍ତି । କିଛି କିଛି ପେଟ୍ରୋଲ ପମ୍ପରେ ସ୍ଥିତି ସ୍ୱାଭାବିକ ରହିଛି । ସେପଟେ ତୈଳ ସଙ୍କଟକୁ ନେଇ ବୈଠକ କରିଛନ୍ତି ଯୋଗାଣ ମନ୍ତ୍ରୀ । ଲୋକଙ୍କୁ ଆତଙ୍କିତ ନହେବା ପାଇଁ ପରାମର୍ଶ ଦେଇଛନ୍ତି ।
ରାଜ୍ୟରେ ତେଲ ସଙ୍କଟ ନେଇ ଭିଡ଼ ସାମାନ୍ୟ କମିଛି, କିନ୍ତୁ ସଙ୍କଟ ଟଳିନି!













Leave a Reply