ଅକ୍ଷର ବ୍ୟୁରୋ: ବିଶ୍ୱ ପ୍ରସିଦ୍ଧ ଚନ୍ଦନେଶ୍ୱର ଚଡ଼କ ପର୍ବର ଆଜି ହେଉଛି ଷଷ୍ଠ ଅର୍ଘ୍ୟ । ସକାଳେ ଆଡମ୍ବର ସହକାରେ ବାବା ଚନ୍ଦନେଶ୍ୱର ମହାଦେବଙ୍କ ମନ୍ଦିର ଗର୍ଭଗୃହରେ ପୂଜାର୍ଚ୍ଚନା ହେବ । ସନ୍ଧ୍ୟାରେ ଉପବିତଧାରୀ ଭକ୍ତ ମାନେ ଷଷ୍ଠ ଅର୍ଘ୍ୟ ପାଣି ପାଇବା ପାଇଁ ମନ୍ଦିର ପରିସରରେ ଅପେକ୍ଷାରେ ରହିଛନ୍ତି । ଆଜି ସୁଦ୍ଧା ଭକ୍ତ ସଂଖ୍ୟା ପ୍ରାୟ ୩୦ ହଜାରରେ ପହଞ୍ଚିଲାଣି । ସୁରକ୍ଷା ଦୃଷ୍ଟିରୁ ୧୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ବିଶେଷ କରି ଅର୍ଘ୍ୟଦାନ ସମୟରେ ପ୍ରବେଶ ଓ ପ୍ରସ୍ଥାନ ସମୟରେ ଅଧିକ ଧସ୍ତାଧସ୍ତି ହୋଇଥାଏ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ଏହାଛଡ଼ା ଷଷ୍ଠ ଅର୍ଘ୍ୟରେ ସକାଳେ ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତିକାନ୍ତି ଓ ମନ୍ଦିର ପରିକ୍ରମା ଶେଷ ପରେ ଏବେ ଶାନ୍ତି ଶୃଙ୍ଖଳା ସହ ଅର୍ଘ୍ୟଦାନ ପ୍ରଦାନ ପାଇଁ ସମସ୍ତ ବ୍ୟବସ୍ଥା କରାଯିବ । ଅନ୍ୟପଟେ ଆନ୍ତଃରାଜ୍ୟ ଲୁଟେରାଙ୍କ ପାଇଁ ଅଧିକ ସୁରକ୍ଷା ଦୃଷ୍ଟିରୁ ମନ୍ଦିର ପରିସରରେ ସିସିଟିଭି ବ୍ୟବସ୍ଥା ମଧ୍ୟ କରାଯାଇଛି। । ତେବେ ଆଜିଠୁ ଭକ୍ତଙ୍କ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶା କରାଯାଉଛି ।
ବିଶ୍ୱ ପ୍ରସିଦ୍ଧ ଚନ୍ଦନେଶ୍ୱର ଚଡ଼କ ପର୍ବ; ଆଜି ହେଉଛି ଷଷ୍ଠ ଅର୍ଘ୍ୟଦାନ ପ୍ରଦାନ












Leave a Reply