ଦଣ୍ଡନାଚ ପ୍ରସ୍ତୁତି ବେଳେ ଘଟିଛି ଅଘଟଣ; ୧୧କେଭି ତାର ସଂସ୍ପର୍ଶରେ ଆସି ଚାଲିଗଲା ୩ ଦଣ୍ଡୁଆଙ୍କ ଜୀବନ ।

ଅକ୍ଷର ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅନ୍ତର୍ଗତ ପାଟଲା ଗାଁରେ ଘଟିଛି ଅଭାବନୀୟ ଘଟଣା । କରେଣ୍ଟ ଲାଗି ଟଳି ପଡ଼ିଲେ ୩ ଦଣ୍ଡୁଆ । ଦଣ୍ଡନାଚ ପ୍ରସ୍ତୁତି ବେଳେ ଘଟିଛି ଏହି ବଡ଼ ଅଘଟଣ । ଟେଣ୍ଟ୍ ବାନ୍ଧୁଥିବା ବେଳେ ଟେଣ୍ଟର ଷ୍ଟିଲ ବାର ୧୧ କେଭି ତାରରେ ଲାଗିଯିବାରୁ ୫ ଜଣ ଦଣ୍ଡୁଆ ଗୁରୁତର ହୋଇଥିଲେ । ସେମାନଙ୍କୁ ତୁରନ୍ତ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ଭିତରୁ ବିଡୋ ଗାଁର ମିଳନ ମହାଳିକ, ଲକ୍ଷ୍ମୀଧର ସାହୁ ଓ ପାଟଲା ଗାଁର ସୁଧାକର ସାହୁଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଆଉ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial