ଆଜି ହେଉଛି ଚନ୍ଦନେଶ୍ୱର ଚଡ଼କ ମେଳାର ଶେଷ ଅର୍ଘ୍ୟ; ଭକ୍ତଙ୍କ ସଂଖ୍ୟା ବଢ଼ିବା ନେଇ ୨୧ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ ।

ଅକ୍ଷର ବ୍ୟୁରୋ: ଆଜି ହେଉଛି ଚନ୍ଦନେଶ୍ୱର ଚଡ଼କ ମେଳାର ଶେଷ ଅର୍ଘ୍ୟ ତଥା ପାଟ ପର୍ବ । ଶେଷ ଦିନ ସୁଦ୍ଧା ବ୍ରତଧାରୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସଂଖ୍ୟା ୧୦ଲକ୍ଷ ଟପିଛି । ଆଜି ଚଡ଼କ ପର୍ବର ଉଦଯାପନି ତଥା ବାବାଙ୍କ ସ୍ୱତନ୍ତ୍ର ପାଟ ପର୍ବ ଥିବାରୁ ଭକ୍ତଙ୍କ ସଂଖ୍ୟା ଆଶାତୀତ ବଢ଼ିବ । ସୁରକ୍ଷା ଦୃଷ୍ଟିରୁ ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି ।

ଆଜି ବାବାଙ୍କ ମହାନ ପାଟ ପର୍ବରେ ଉପବିତ ଧାରି ମାନେ ନିଜ ଦେହରେ କଣ୍ଟା ମାରି ବାବାଙ୍କ ଠାରେ ନିଜକୁ ସମର୍ପି ଦେବା ସହିତ ଉଭୟ ଉଭୟଙ୍କୁ ମାଳା ଚନ୍ଦନ ଦେଇ ବ୍ରତ ଶେଷ କରିବେ । ଅପରାହ୍ନରେ ହାକାଣ୍ଡ ପୋଖରୀଠାରୁ ବିଶାଳ ଶୋଭା ଯାତ୍ରା ବାହାରି ମନ୍ଦିର ନିକଟରେ ପହଞ୍ଚିବେ । ଏଥିସହ ଗତକାଲି ଦ୍ୱିତୀୟ ଅର୍ଘ୍ୟ ସୁଦ୍ଧା ଉପବିତଧାରୀ ଭକ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିଥିଲା ବେଳେ ଆଇନଶୃଙ୍ଖଳା ପାଇଁ ଜିଲ୍ଲା ପ୍ରଶାସନ ୨୧ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ ସହିତ ଚନ୍ଦନେଶ୍ଵର ମେଳାରେ ସ୍ୱତନ୍ତ୍ର ୩ ପ୍ଲାଟୁନ ବିଏସଏଫ୍ ଯବାନଙ୍କୁ ନିୟୋଜିତ କରାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)