ଆଜି ମାର୍ଚ୍ଚ ୧ ବିଶ୍ଵ ଦହିବରା ଦିବସ; କଟକ-ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ଦହିବରା ଖାଇବାକୁ ଲୋକଙ୍କ ଭିଡ଼ ।

ଅକ୍ଷର ବ୍ୟୁରୋ: ଆଜି ମାର୍ଚ୍ଚ ୧ ବିଶ୍ଵ ଦହିବରା ଦିବସ। ଦହିବରା ଆଳୁଦମ୍‌ କହିଲେ ଓଡ଼ିଆ ଲୋକଙ୍କ ପ୍ରିୟ ଖାଦ୍ୟ। ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ଏହା ଖାଇବାକୁ ମିଳିଥାଏ। ହେଲେ କଟକରେ ମିଳୁଥିବା ଦହିବରା ଆଳୁଦମ୍‌ର ସୁଆଦ ଟିକେ ନିଆରା। ଏଠାକାର ଲୋକ ଦହିବରା ଆଳୁଦମ୍‌ ଖାଇବାକୁ ବେଶ ଭଲ ପାଆନ୍ତି। ସେହିପରି ଆଜି ଦହିବରା ଆଳୁଦମ୍‌ ଦିବସ ହୋଇଥିବାରୁ କଟକ-ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ଦହିବରା ଖାଇବାକୁ ଲୋକଙ୍କ ଭିଡ଼ ଲାଗିଛି। ଯେତେବେଳ ଦହିବରା ଆଳୁଦମ କଥା ମନକୁ ଆସେ ସେତେବେଳେ କଟକରେ ମିଳିଥିବା ସୁଆଦିଆ ଦହିବରା ଆଳୁଦମ୍‌ କଥା ମନେପଡ଼େ। ଏଠାରେ ଦହିବରା ଆଳୁଦମ୍‌ ପ୍ରସ୍ତୁତ କରୁଥିବା ବେପାରୀ ବିଭିନ୍ନ ସ୍ଥାନରେ ଷ୍ଟଲ ପକାଇ ବେଶ ସଫଳତା ହାସଲ କରିଛନ୍ତି। ଚଳିତ ବର୍ଷ ଦିଲ୍ଲୀରେ ଆୟୋଜିତ ଜାତୀୟ ଷ୍ଟ୍ରିଟ୍‌ଫୁଡ୍‌ ଷ୍ଟଲରେ କଟକର ବାବୁଲା ଦହିବରା ପ୍ରଥମ ସ୍ଥାନ ହାସଲ କରିଥିଲା।

କେବଳ ଏତିକି ନୁହେଁ କଟକର ଗଳିକନ୍ଦିରେ ମିଳୁଥିବା ଦହିବରା ଆଳୁଦମ୍‌ ବେଶ ପ୍ରସିଦ୍ଧ। ଏମାନଙ୍କ ମଧ୍ୟରେ ରଘୁ ଦହିବରା ସବୁଠାରୁ ଆଗରେ ରହିବ। ସେହିପରି ବାରବାଟୀ ଷ୍ଟାଡିୟମର ରମେଶ ଦହିବରା, ଦୋଳମୁଣ୍ଡାଇର ହରିହର ଦହିବରା, ମଙ୍ଗଳାବାଗର ପ୍ରତାପ ଦହିବରା, ଅପର୍ଣ୍ଣାନଗରର ପ୍ରମୋଦ ଦହିବରା ଓ ଏସିସିବିର ରଙ୍କ ଦହିବରା ଷ୍ଟଲ ପାଖରେ ଲୋକଙ୍କ ପ୍ରବଳ ଗହଳି ଲାଗେ। ସେହିପରି ଭୁବନେଶ୍ଵରରେ ମଧ୍ୟ ଦହିବରା ଆଳୁଦମ୍‌ର ବେଶ ଚାହିଦା ରହିଥାଏ। ରାଜଧାନୀ ଲୋକ ମଧ୍ୟ ଦହିବରା ଆଳୁଦମ୍‌କୁ ଖାଇବାକୁ ପସନ୍ଦ କରନ୍ତି। ଏଠାରେ ମଧ୍ୟ ବିଭିନ୍ନ ସ୍ଥାନରେ ସୁଆଦିଆ ଦହିବରା ଆଳୁଦମ୍‌ ମିଳିଥାଏ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)