ଅକ୍ଷର ବ୍ୟୁରୋ: ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ଦୟଣା ଚୋରି ନୀତି । ଏଥିପାଇଁ ଆସିଛି ୮୦୦ ଦୟଣା ଗଛ । ମହାପ୍ରଭୁଙ୍କ ଦୟଣା ଚୋରି ଯାତ୍ରା ଜଗନ୍ନାଥ ବଲ୍ଲଭ ମଠରେ ଅନୁଷ୍ଠିତ ହେବ । ଏଥିପାଇଁ ଶ୍ରୀକ୍ଷେତ୍ର ଦୟଣା ସେବା ଟ୍ରଷ୍ଟ ତରଫରୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୮୦୦ ଦୟଣା ଗଛ ଅଣା ଯାଇଛି । ଯାହା ମହାପ୍ରଭୁଙ୍କ ଦୟଣା ଚୋରି ପାଇଁ ଜଗନ୍ନାଥ ବଲ୍ଲଭ ମଠକୁ ହସ୍ତାନ୍ତର କରାଯିବ । ଶ୍ରୀକ୍ଷେତ୍ର ଦୟଣା ସେବା ଟ୍ରଷ୍ଟର ପ୍ରଚେଷ୍ଟାରେ ମହାପ୍ରଭୁଙ୍କ କୋଠ ଭୋଗ ପାଇଁ ଜୈବିକ ପଦ୍ଧତିର ଚାଷ କରାଯାଇ ୫ କୁଇଣ୍ଟାଲ୍ ବାସୁମତୀ ଚାଉଳ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବ ।
ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦୟଣା ଚୋରି ନୀତି; ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଛି ୮୦୦ ଦୟଣା ଗଛ ।












Leave a Reply