ଅକ୍ଷର ବ୍ୟୁରୋ: ଆସନ୍ତାକାଲି ଅର୍ଥାତ୍ ୨୦ ତାରିଖରେ ଅକ୍ଷୟ ତୃତୀୟା । ଚାଷୀଙ୍କର ବଡ ପର୍ବ । ଏହି ଅବସରରେ କଟକରେ ଅଖିମୁଠି ଅନୁକୂଳ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଦ୍ୟାଧରପୁରସ୍ଥିତ ରାଷ୍ଟ୍ରୀୟ ଧାନ ଗବେଷଣା କେନ୍ଦ୍ରରେ (ଏନ୍ଆର୍ଆର୍ଆଇ) ମୁଖ୍ୟମନ୍ତ୍ରୀ ପ୍ରାୟ ସକାଳ ୮. ୪୫ରେ ଆସି ପହଞ୍ଚିବେ । ସେଠାରେ ସକାଳ ୯.୧୦ରୁ ୯.୪୦ ପର୍ଯ୍ୟନ୍ତ ପୂଜା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ସେଠାରେ ଏକ ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବେ ଏବଂ ଏହାପରେ ଆୟୋଜନ ସଭାରେ ସମ୍ବୋଧନ ଦେବେ । ଏଥିରେ ଉପମୁଖ୍ୟମନ୍ତ୍ରୀ, ବିଭାଗୀୟ ସଚିବ, ଏନ୍ଆର୍ଆର୍ଆଇ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ରହିବେ । ଏହି ସଭାରେ ବଡ଼ମ୍ବାର ଆଖୁ ଚାଷୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି । ସଭା ପରେ ‘କୃଷି ରଥ’କୁ ପତାକା ଦେଖାଇ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବେ ଓ ଏହା ପରେ ବିହନ ବୁଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ସୋମବାର ଅକ୍ଷୟ ତୃତୀୟା । ସେହି ଦିନ ଚାଷୀ ଅଖି ମୁଠି ଅନୁକୁଳ କରିବେ । ଜମିରେ ବିହନ ବୁଣିବେ । ଖରିଫରେ ଚାଷ କାମ ଏପ୍ରିଲରୁ ଆରମ୍ଭ ହୋଇ ସେପ୍ଟେମ୍ବରରେ ସରିବ । ହେଲେ ଏବେ ରାଜ୍ୟରେ ଚାଷୀଙ୍କ ପାଖରେ ପହଞ୍ଚି ପାରିନି ସରକାରୀ ବିହନ । ରାଜ୍ୟର ବିଭିନ୍ନ ଜିଲ୍ଲାରେ କୃଷି ଅଧିକାରୀଙ୍କ ନିକଟରେ ବିହନ ଗଚ୍ଛିତ ହୋଇ ଥିଲେ ମଧ୍ୟ ତାହା ଚାଷୀଙ୍କ ନିକଟରେ ପହଞ୍ଚି ପାରିନି । ଏଭଳି ସ୍ଥିତିରେ ଚାଷୀ କେମିତି ଅକ୍ଷୟ ତୃତୀୟା ପରେ ବିହନ ବୁଣିବ, ତାକୁ ନେଇ ଚିନ୍ତାରେ।












Leave a Reply