ଛୁରି ଭୁସି କିନ୍ନରଙ୍କୁ ହତ୍ୟା ଘଟଣା; ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ କରୁଛି ସାଇଁଟିଫିକ ଟିମ୍ ।

ଅକ୍ଷର ବ୍ୟୁରୋ: ଭୁବନେଶ୍ୱର ପିପିଲି ଥାନା ନିକଟ ସିଫା ଠାରେ କିନ୍ନରଙ୍କୁ ହତ୍ୟା ଘଟଣା । ଘଟଣାସ୍ଥଳରେ ସନ୍ଧାନୀ କୁକୁର ସହ ସାଇଁଟିଫିକ ଟିମ୍ ପହଞ୍ଚି ଖୋଳତାଡ଼ କରୁଛି । ତଦନ୍ତ ବେଳେ ଆପର୍ଟମେଣ୍ଟରେ ପସିଲା ସନ୍ଧାନୀ କୁକୁର । ଘଟଣା ସ୍ଥଳରୁ ଗନ୍ଧ ବାରିବା ସହ ସିଧା ଯାଇଛି ଆପାର୍ଟମେଣ୍ଟ । ମୃତ କିନ୍ନର ଅଞ୍ଜଳି ସାଲେପୁର ଅଞ୍ଚଳର ହୋଇଥିବାରୁ, ତାଙ୍କ ସିଡିଆର ବା କଲ ଡିଟେଲସ ରେକର୍ଡ ବାହାର କରିବା ସହିତ ସ୍ଥାନୀୟ ଥାନା ସହିତ ଯୋଗାଯୋଗ କରିଛି ପିପିଲି ପୁଲିସ ।

ତେଵେ ଦୁଇ ଦୁବୃର୍ତ୍ତ ବାଇକରେ ଆସି ଅଞ୍ଜଳିଙ୍କୁ ଛୁରୀ ଭୂଷି ଭୂଷି ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୁଲିସ ଏକାଧିକ ସିସିଟିଭି କ୍ୟାମେରା ଯାଞ୍ଚ କରିବା ସହ ଛାନଭିନ ଜାରି ରଖିଛି । ଗତରାତିରେ କିଛି ଯୁବକ ତାଙ୍କୁ ଛୁରୀରେ ଆକ୍ରମଣ କରିଥିବା ସହଯୋଗୀ ମାନଙ୍କୁ ଫୋନ ଯୋଗେ ଜଣାଇଥିଲେ ମୃତକ । ସହଯୋଗୀ ମାନେ ପହଞ୍ଚିବା ବେଳକୁ ରକ୍ତାକ୍ତ ଅବସ୍ଥାରେ ଜାତୀୟ ରାଜପଥରେ ପଡ଼ି ରହିଥିଲେ କିନ୍ନର । ଆମ୍ବୁଲାନ୍ସ ଯୋଗେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ କିଏ ଓ କାହିଁକି ହତ୍ୟା କଲା ତାର ତନାଘନା କରୁଛି ପୁଲିସ । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)