ଅକ୍ଷର ବ୍ୟୁରୋ: ରାଜସ୍ଥାନ କୋଟାର ତାଲୱାଣ୍ଡି ଅଞ୍ଚଳରେ ଏକ ତିନି ମହଲା କୋଠା ଭୁଶୁଡ଼ି ପଡ଼ିଛି । ଯେଉଁଥିରେ ଜଣେ ଛାତ୍ର ସମେତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏବଂ ୧୩ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି । ବାକି ଆଠ ଜଣ ଆହତ ଏବେ ବି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ପ୍ରଶାସନ ଏବଂ ଏସ୍ଡିଆରଏଫ୍ ଦଳ ଗୁଡ଼ିକ ଭଗ୍ନାବଶେଷ ତଳୁ ସମସ୍ତ ଆହତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ । ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ୍ ଏବଂ ଏସ୍ଡିଆରଏଫ୍ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏପର୍ଯ୍ୟନ୍ତ ୧୧ ଜଣଙ୍କୁ ଭଗ୍ନାବଶେଷରୁ ଉଦ୍ଧାର କରାଯାଇ କୋଟା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଯାହାଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଅଛି । ଉଦ୍ଧାର କାର୍ଯ୍ୟ ସମୟରେ ଜଣେ ଉଦ୍ଧାରକାରୀ ମଧ୍ୟ ଆହତ ହୋଇଥିଲେ । କିନ୍ତୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସୁରକ୍ଷିତ ଘୋଷଣା କରାଯାଇଛି । ଘଟଣାସ୍ଥଳରେ ଥିବା ଅଧିକାରୀଙ୍କ ଅନୁଯାୟୀ, ନିକଟରେ ଥିବା ଅନ୍ୟ ଏକ କୋଠାରେ ଜେସିବି କାମ ଚାଲୁଥିଲା, ଯାହା ଫଳରେ କି କୋଠାଟି ଦୋହଲି ଯାଇଥିଲା ଏବଂ ଭୁଶୁଡି ପଡିଥିଲା ।
ରାଜସ୍ଥାନ କୋଟାରେ କୋଠା ଭୁଶୁଡ଼ି ଦୁଇ ମୃତ୍ୟୁ ଏବଂ ୧୩ ଜଣ ଆହତ ।












Leave a Reply