କଟକ ଚୌଦ୍ଵାର ଜେଲରେ ଜଣେ ବିଚାରଧୀନ କଏଦୀର ଆତ୍ମହତ୍ୟା ।

ଅକ୍ଷର ବ୍ୟୁରୋ: କଟକ ଚୌଦ୍ଵାର ଜେଲରେ ବିଚାରଧୀନ କଏଦୀର ଆତ୍ମହତ୍ୟା । ନିଜ ୱାର୍ଡରେ ଥିବା ବେଳେ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା । ଜେଲ ୱାର୍ଡରୁ ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ଏସସିବି ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର କଏଦୀଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ କଏଦୀ ଜଣକ ହେଲେ କଟକ ଦରଘାବଜାର ଅଞ୍ଚଳର ମହମ୍ମଦ କଲିମ । ଗତ ଡିସେମ୍ୱର ୧୩ ତାରିଖରେ ଦରଘାବଜାର ଥାନା ପୁଲିସ ଦ୍ୱାରା ଗିରଫ ହୋଇ ଜେଲକୁ ଆସିଥିଲା । ଜେଲ ଭିତରେ ଏମିତି କଣ ଘଟିଲା ଯେ ମହମ୍ମଦ କଲିମ ଏପରି ଚରମ ପଦକ୍ଷେପ ନେଲା ତାହା ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ସେପଟେ ଚୌଦ୍ଵାର ଜେଲର କଡ଼ା ସୁରକ୍ଷା ବଳୟ ଭିତରେ କିଭଳି ଜଣେ ବିଚାରଧୀନ କଏଦୀ ଆତ୍ମାହତ୍ୟା ଉଦ୍ୟମ କଲେ ତାକୁ ନେଇ ଆରମ୍ଭ ହୋଇଛି ତନାଘନା । ଉଠିଲା ପ୍ରଶ୍ନ କଣ କରୁଥିଲେ ସୁରକ୍ଷାରେ ଥିବା ୱାର୍ଡର । ଏହି ଘଟଣା ଚୌଦ୍ୱାର ଜେଲର ହୁଗୁଳା ସୁରକ୍ଷା ବ୍ୟବସ୍ଥା ପୁଣି ପଦାରେ ପକାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)