ଆଜି ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ; ଆସନ୍ତାକାଲି ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ ।

ଅକ୍ଷର ବ୍ୟୁରୋ: ଆଜି ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସି କଟକ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଆଜି ସଂଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ । କାଲି କଟକ ମୁଣ୍ଡଳୀ ଠାରେ ସିଆଇଏସଏଫର ପ୍ରତିଷ୍ଠା ଦିବସରେ ଯୋଗଦେବେ ଅମିତ ଶାହ । ମୁଣ୍ଡଳୀ ଠାରେ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀର ଖାରବେଳ ରିଜିଓନାଲ ଟ୍ରେନିଂ ସେଣ୍ଟର ଜାତୀୟ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି । କଟକରୁ ଫେରି ଭୁବନେଶ୍ୱର ଇନଫୋଭାଲିରେ ଏନଏଫଏସୟୁ ଓ ସିଏଫଏସଏଲର ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ଯୋଗ ଦେବେ । ନ୍ୟାସନାଲ ଫରେନସିକ ସାଇନସେସ ୟୁନିଭର୍ସିଟି ଓ ସେଣ୍ଟ୍ରାଲ ଫରେନସିକ ସାଇନସ ଲାବୋଟୋରୀର ସ୍ଥାୟୀ କ୍ୟାମ୍ପସ ପାଇଁ ହେବ ଶିଳାନ୍ୟାସ । ଏହା ସହ ଫରେନସିକ ଶିକ୍ଷା ଓ ଯାଞ୍ଚ ପ୍ରକ୍ରିୟାକୁ ମଜଭୁତ କରିବାକୁ ଇ-ଟ୍ରାଞ୍ଜିଟ କ୍ୟାମ୍ପସର ଉଦଘାଟନ କରିବେ । ଏହା ସହ ଇଫକୋ-ପାରାଦୀପ ୟୁନିଟର ସଲଫ୍ୟୁରିକ ଏସିଡ ପ୍ଲାଣ୍ଟ ମଧ୍ୟ ଉଦଘାଟନ କରିବେ କେନ୍ଦ୍ର ଗୃହମନ୍ତ୍ରୀ । ପରେ ଇଡକୋ ଗ୍ରାଉଣ୍ଡରେ ନୂଆ ନ୍ୟାୟ ସଂହିତା ନେଇ ଜନସଚେତନତା ସଂପର୍କରେ ପ୍ରଦର୍ଶନୀର ଉଦଘାଟନ କରିବେ । ଶେଷରେ ସମବାୟ ସେବାରେ ଦୁଗଧଜାତ ଉତ୍ପାଦନ ବୃଦ୍ଧି, ଯୁବଶକ୍ତି ସଶକ୍ତିକରଣ ଓ କୃଷକ ବିକାଶ ସଂପର୍କିତ ଶ୍ୱେତ କ୍ରାନ୍ତି 2.0 କାର୍ଯ୍ୟକ୍ରମରେ ଯୋଗଦେବ । ପରେ ବିଏସଏଫ ଏୟାରକ୍ରାଫଟରେ ନୂଆଦିଲ୍ଲୀ ଫେରିଯିବେ ଅମିତ ଶାହ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)