କଟକ ଭସାଣି ଗୋଷ୍ଠୀ ସଂଘର୍ଷକୁ ନେଇ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ।

କଟକରେ ଭସାଣି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷକୁ ନେଇ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କଟକରେ ଭାରତୀୟ ଜନତା ପାର୍ଟି ସାମ୍ପ୍ରଦାୟିକ ହିଂସା କରାଇଥିବା ଦିଦି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ମମତା କହିଛନ୍ତି, କଟକ ଆଜି ଜଳୁଛି । ଏଥିପାଇଁ ବଜରଙ୍ଗ ଦଳ ଓ ବିଜେପିକୁ ସିଧାସଳଖ ଦାୟୀ । ବିଜେପି ସରକାରକୁ ଅହଙ୍କାରୀ ସରକାର ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । 

ଅନ୍ୟପଟେ ଏହି ଗଣ୍ଡଗୋଳକୁ ନେଇ ପୁଲିସ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି । ଏହାକୁ ନେଇ ଆଜି ହାତୀପୋଖରୀ ଅଞ୍ଚଳରେ ରେଡ୍ କରୁଛି ପୁଲିସ । କମିସନରେଟ୍‌ ପୁଲିସର ୨ ଏସିପି ଓ ୩ ଆଇଆଇସିଙ୍କ ନେତୃତ୍ୱରେ ଚାଲିଛି ଚଢ଼ାଉ । କେଉଁ ପରିସ୍ଥିତିରେ ଏତେ ଉଗ୍ର ହେଲା ଦଶହରା ଭସାଣ ଗଣ୍ଡଗୋଳ ଏହାକୁ ନେଇ ଅଧିକ ଛାନଭିନ୍ କରୁଛି ପୁଲିସ୍ । ଗଣ୍ଡଗୋଳ ବିବାଦ ଉଗ୍ର ହୋଇଥିବାରୁ କଟକ ସହରର ୧୩ଟି ଥାନା ଅଞ୍ଚଳରେ ୩୬ ଘଣ୍ଟା କର୍ଫ୍ୟୁ ଓ ୪୮ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)