ଓଡିଶାର ଏକ ସ୍ୱତନ୍ତ୍ର ଓ ସୁଆଦିଆ ମିଠା ହେଉଛି ଛେନାପୋଡ। ଯାହା ପ୍ରତି ଓଡ଼ିଆଙ୍କ ପ୍ରିୟ ହୋଇଥିବାରୁ ସମସ୍ତେ ଏହାକୁ ଖାଇବାକୁ ଭାରି ପସନ୍ଦ କରନ୍ତି। ତେବେ ଆଜି ହେଉଛି ସେହି ଛେନାପୋଡ଼ ଦିବସ। ଛେନାପୋଡ଼ର ଆକ୍ଷରିକ ଅର୍ଥ ହେଉଛି ପୋଡ଼ା ଯାଇଥିବା ଛେନା ବା ପୋଡ଼ିକରି ତିଆରି କରାଯାଇଥିବା ଛେନାରେ ତିଆରି ଏକ ମିଠା। ଆମ ଓଡ଼ିଶାର ନୟାଗଡ଼ରେ ଏହାର ସୃଷ୍ଟି। ଛେନାପୋଡ଼ର ସ୍ରଷ୍ଟା କୁହାଯାଉଥିବା ନୟାଗଡ଼ର ସୁଦର୍ଶନ ସାହୁଙ୍କ ଜନ୍ମ ଦିନକୁ ତଥା ଏପ୍ରିଲ ୧୧ତାରିଖକୁ ପ୍ରତିବର୍ଷ ବିଶ୍ୱ ଛେନାପୋଡ଼ ଦିବସ ରୂପେ ପାଳନ କରାଯାଏ। ମାତ୍ର ଏବେ ଛେନାପୋଡ ଖାଲି ନୟାଗଡରେ ନୁହେଁ ସମଗ୍ର ଓଡିଶାରେ ପରିଚିତ ହୋଇସାରିଛି। ଘରେ ଘରେ ପରିଚିତ ଏହି ମିଠାକୁ ସବୁ ବର୍ଗର ଲୋକ ପସନ୍ଦ କରିଥାନ୍ତି।
କ୍ଷୀରରୁ ଛେନା ପ୍ରସ୍ତୁତି ପରେ ଏଥିରେ ଅନ୍ୟାନ୍ୟ ଦ୍ରବ୍ୟ ମିଶାଇ ପ୍ରସ୍ତୁତ ହୋଇଥାଏ ସୁଆଦିଆ ଛେନାପଡ଼। ଭାଗମାପରେ ବ୍ୟତିକ୍ରମ ହେଲେ ସବୁ କିଛି ନଷ୍ଟ ହୋଇଯିବାର ଆଶଂକା ରହିଛି। ନୟାଗଡ଼ ଜିଲ୍ଲାରୁ ପ୍ରତିଦିନ ଶହ ଶହ କେଜି ଛେନାପୋଡ଼ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଇଥାଏ। ଓଡ଼ିଶା ସମେତ ବାହାର ରାଜ୍ୟରେ ମଧ୍ୟ ଏବେ ଛେନାପୋଡ଼ର ଚାହିଦା ଅନେକ ରହିଛି। ଆମ ରାଜ୍ୟ ସମେତ ବାହାରରାଜ୍ୟର ଲୋକମାନେ ମଧ୍ୟ ଏହାକୁ ଭରପୁର ଭଲପାଇବା ଦେଇଛନ୍ତି। ତେବେ ଛେନାପୋଡ଼କୁ ବିଶ୍ୱସ୍ତରୀୟ କରାଇବାକୁ ଏବେବି ଉଦ୍ୟମ ଜାରି ରହିଛି।












Leave a Reply