ରାଜଧାନୀର ଏକ ଭଡ଼ା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ; ମାନସିକ ଚାପ ଯୋଗୁଁ ଆତ୍ମହତ୍ୟା କରିଥିବା ସନ୍ଦେହ ।

ଅକ୍ଷର ବ୍ୟୁରୋ: ରାଜଧାନୀର ଏକ ଭଡ଼ା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ । ବେକରେ ଫାଶୀ ଲଗାଇ ଜୀବନ ହାରିଲେ ଯୁବତୀ । ଭୁବନେଶ୍ୱର ଖାରବେଳନଗର ଥାନା ଅଞ୍ଚଳରେ ଘଟିଛି ଏଭଳି କିଛି ଅଭାବନୀୟ ଘଟଣା । ତେବେ ଘଟଣାରେ ସବୁଠାରୁ ବଡ଼ ଚାଞ୍ଚଲ୍ୟକର ତଥ୍ୟ ହେଉଛି, ଯୁବତୀ ଜଣକ ଜୀବନ ହାରିବା ପୂର୍ବରୁ ସେହି ମୁହୂର୍ତ୍ତର ଫଟୋ ଉଠାଇ ସୋସିଆଲ ମିଡିଆରେ କାହାକୁ ଜଣକୁ ପଠାଇଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ଖାରବେଳନଗର ଥାନା ପୋଲିସ ପହଂଚି ମୃତ ଦେହକୁ ଜବତ କରିବା ସହ ତଦନ୍ତ କରୁଛି । ମୃତ ଯୁବତୀ ଜଣକ ନୟାଗଡ଼ ଅଞ୍ଚଳର ବୋଲି ଜଣାପଡ଼ିଛି । ୟୁନିଟ-୩ ରେ ଏକ ଭଡ଼ା ଘରେ ସେ ଏକା ରହୁଥିଲେ । ଯୁବତୀ ଜଣକ ବୟସ ୨୨ ବର୍ଷ ବୋଲି ଜଣାପଡିଛି । ଭୁବନେଶ୍ୱରର ଏକ ମେଡିସିନ ଷ୍ଟୋରରେ ବିଲିଂ କାମ କରୁଥିଲେ । ତେବେ ମାନସିକ ଚାପ ଯୋଗୁଁ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ୍ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)