କଟକ ବାଙ୍କୀ ବୈଦେଶ୍ୱର ଥାନା ଅନ୍ତର୍ଗତ ଛକରେ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ ।

ଅକ୍ଷର ବ୍ୟୁରୋ: କଟକ ବାଙ୍କୀ ରାସ୍ତାରେ ମର୍ମଦୁନ୍ତ ଦୁର୍ଘଟଣା । ହାଇୱା ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ । କଟକ ବାଙ୍କୀ ବୈଦେଶ୍ୱର ଥାନା ଅନ୍ତର୍ଗତ ଖଳିପଲ୍ଲୀ ଛକରେ ଗତକାଲି ରାତିରେ ଏକ ବାଲି ବୋଝେଇ ହାଇୱା ଧକ୍କା ଦେବାରୁ ଗାଁର ରିଙ୍କୁ ଜେନାଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ଗାଁ ଲୋକ ରାସ୍ତାରୋକ କରି ଧାରଣାରେ ବସିଛନ୍ତି । କ୍ଷତିପୂରଣ ଦାବିରେ କଳାପଥର-ବୈଦେଶ୍ଵର ରାସ୍ତା ଅବରୋଧ କରିଛନ୍ତି ଉତ୍ୟକ୍ତ ଗ୍ରାମବାସୀ ।

ଉତ୍ତ୍ୟକ୍ତ ଲୋକେ କିଛି ଗାଡି ଭଙ୍ଗାରୁଜା କରିଥିବା ମଧ୍ୟ ସୂଚନା ମିଳିଛି । ହାଇୱା ମାଲିକଙ୍କୁ ଗିରଫ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି ଗ୍ରାମବାସୀ । ଦୀର୍ଘ ୧୦ ଘଣ୍ଟା ଧରି ଲୋକେ ଧାରଣା ଦେଇଛନ୍ତି । ଫଳରେ ବୈଦେଶ୍ୱର କଳାପଥର ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଛି । ଦୁଇ ପଟେ ଗାଡି ଅଟକି ରହିଛି । ଘଟଣାସ୍ଥଳରେ ଦୁଇ ପ୍ଲାଟୁନ୍ ପୁଲିସ ଫୋର୍ସ ସହିତ ବାଙ୍କୀ ଏସଡିପିଓ, ବୈଦେଶ୍ଵର ଓଆଇସି ଓ ବାଙ୍କୀ ଆଇଆଇସି ପହଞ୍ଚି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରୁଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)