ଅଗ୍ନିକାଣ୍ଡରୁ ରକ୍ଷା କରିବ ଏୟାର ସ୍ଲାଇଡର

ବାଲେଶ୍ଵର: ବର୍ତ୍ତମାନ ସମୟରେ ଅଗ୍ନିକାଣ୍ଡ ଭଳି ଆକସ୍ମିକ ଦୁର୍ଘଟଣାରୁ ଧନ ଜୀବନ ରକ୍ଷା ପାଇବା ନିମନ୍ତେ ଏକ ପ୍ରକଳ୍ପ ପ୍ରସ୍ତୁତ କରିଛନ୍ତି ନୀଳଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାନପାଟପୁର ନୋଡାଲ ଉଚ୍ଚ ବିଦ୍ୟାଳୟ,ମାନଗଡ଼ ଗ୍ରାମର ଷଷ୍ଠ ଶ୍ରେଣୀ ଛାତ୍ର ହିତେଶ କୁମାର ବିଶ୍ଵାଳ l ଭୟାବହ ଅଗ୍ନିକାଣ୍ଡରୁ ସତର୍କତା ଅବଲମ୍ବନ ପୂର୍ବକ ପ୍ରତିଟି ଘରେ ଫାୟାର ଆଲାରାମ ଏବଂ ଏୟାରସ୍ଲାଇଡର ବ୍ୟବହାର କରିବା ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି l ତାଙ୍କ ପ୍ରକଳ୍ପରେ ସେ ଦର୍ଶାଇଛନ୍ତି ଅନେକ ସମୟରେ ଘରେ ଶୋଇଥିବା ବେଳେ ନିଆଁ ଲାଗିବା ଯୋଗୁଁ ଲୋକେ ଜୀବନ୍ତ ଦଗ୍ଧ ହୋଇଥିବା ଘଟଣା ସାମନାକୁ ଆସିଛି l ତେଣୁ ଘରେ ଲାଗିଥିବା ସେନ୍ସର ସହିତ ଫାୟାର ଆଲାରାମ ଏବଂ ଏୟାରସ୍ଲାଇଡର ସଂଯୋଗ କରିବା ଦ୍ୱାରା ଆଲାରମ ବାଜି ଉଠିବ ତଥା ଲୋକମାନେ ଏହି ଦୁର୍ଘଟଣା ବିଷୟରେ ଜାଣି ତୁରନ୍ତ ଏୟାରସ୍ଲାଇଡର ଦ୍ୱାରା ଘରୁ ବାହାରକୁ ଆସିପାରିବେ। ଯାହା ଫଳରେ ଦମକଳ ଗାଡ଼ି ଆସିବା ପୂର୍ବରୁ ଲୋକେ ସୁରକ୍ଷିତ ଭାବେ ଘରୁ ବାହାରି ପାରିବେ l ଏହି ପ୍ରକଳ୍ପ ନିମନ୍ତେ ତାଙ୍କ ବାପା ମନୋରଞ୍ଜନ ବିଶ୍ଵାଳ ଓ ମାଆ ପୂର୍ଣ୍ଣିମା ବିଶ୍ଵାଳ ପ୍ରେରଣା ଯୋଗାଇ ଥିବା କହିଛନ୍ତି l

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)