ତିରୁପତି ମନ୍ଦିର ବୈକୁଣ୍ଠ ଦ୍ବାର ସମ୍ମୁଖରେ ଦଳାଚକଟାରେ ୬ ମୃତ ୨୫ରୁ ଅଧିକ ଗୁରୁତର

ଅକ୍ଷର ବ୍ୟୁରୋ : ତିରୁପତିରେ ଅଘଟଣ । ପ୍ରସିଦ୍ଧ ଭେଙ୍କଟେଶ୍ୱରଙ୍କ ମନ୍ଦିର ବାହାରେ ଦଳାଚକଟାରେ ୬ ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇଥିବାବେଳେ ୨୫ରୁ ଅଧିକ ଗୁରୁତର ହୋଇଥିବା ସୂଚନା ମିଳିଛି | ତେବେ ଗୁରୁତର ଆହତ ମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।ତେବେ ମୃତକଙ୍କ ସଂଖ୍ୟା ବଢ଼ିଥିବାର ଆଶଙ୍କା କରାଯାଉଛି । ଏନେଇ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏହି ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି । ଆହତଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଅଧିକାରୀ ମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଆଜି ସକାଳ ୧୦ଟାରେ ହସପିଟାଲରେ ଆହତଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ । ବୁଧବାର ପ୍ରଭୁ ଭେଙ୍କଟେଶ୍ୱରଙ୍କ ବୈକୁଣ୍ଠ ଦ୍ୱାର ଦର୍ଶନ ପାଇଁ ଟୋକନ୍ ବଣ୍ଟନ ସମୟରେ ଘଟିଥିଲା ଦଳାଚକଟା ସ୍ଥିତି । ଜାନୁଆରୀ ୧୦ରୁ ୧୯ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଦର୍ଶନ ପାଇଁ ପ୍ରଭୁ ଭେଙ୍କଟେଶ୍ୱରଙ୍କ ବୈକୁଣ୍ଠ ଦ୍ୱାର ଖୋଲିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ଘୋଷଣା ହୋଇଥିଲା । ଏଥିପାଇଁ ୪ ହଜାରରୁ ଅଧିକ ଶ୍ରଦ୍ଧାଳୁ ବୈରାଗି ପାଟ୍ଟିଡା ପାର୍କରେ ଲାଇନ ଲଗାଇଥିଲେ । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏକା ସମୟରେ ସେହି ସ୍ଥାନକୁ ଯିବାକୁ ଚେଷ୍ଟା କରିବାରୁ ଦଳାଚକଟା ସ୍ଥିତି ଉପୁଜିଥିଲା। ଅଘଟଣ ପରେ ମନ୍ଦିର କମିଟି ପକ୍ଷରୁ ହୋଇଛି ଜରୁରୀ ବୈଠକ |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)