କୋଳଥିଆ ଡବଲ ମର୍ଡର ମାମଲାରେ ପଛରେ ୨ ସ୍କୁଲ ଛାତ୍ର

ଭୁବନେଶ୍ଵର : ଭୁବନେଶ୍ଵର ଖଣ୍ଡଗିରି କୋଳଥିଆ ଡବଲ ମର୍ଡର ଘଟଣାରେ ବଡ଼ ଖୁଲାସା । ହତ୍ୟା ଘଟଣା ପଛରେ ଦୁଇ ସ୍କୁଲ ଛାତ୍ରଙ୍କ ହାତ । ଜଣେ ଦଶମ ଓ ଜଣେ ଦ୍ଵାଦଶ ଶ୍ରେଣୀ ଛାତ୍ର ହତ୍ୟାକାରୀ ବୋଲି ସୂଚନା ଦେଲେ ସିପି ଏସ୍. ଦେବଦତ୍ତ ସିଂ । ଅଟକ ୨ ଛାତ୍ରଙ୍କୁ ଜୁଭେନାଇଇ ଜଷ୍ଟିସ ବୋର୍ଡରେ ହାଜର କରାଯିବ । ମୃତକ କୃଷ୍ଣ ପ୍ରସାଦ ପାଢ଼ୀ ବିଏସ୍ସି ଦ୍ଵିତୀୟ ବର୍ଷର ଛାତ୍ର ଥିଲେ । ଏହି ୨ ଛାତ୍ରଙ୍କର ଜଣେ ଝିଅ ସହପାଠୀଙ୍କୁ କୃଷ୍ଣ ହଇରାଣ କରୁଥିବାରୁ ଏହାକୁ ନେଇ ପ୍ରାୟ ବର୍ଷେ ହେଲା ବିବାଦ ଚାଲିଥିଲା । ତେଣୁ ସେମାନେ ହତ୍ୟା ଷଡଯନ୍ତ୍ର ରଚିଥିଲେ । କୃଷ୍ଣଙ୍କ ଘରକୁ ଲଙ୍କା ଗୁଣ୍ଡ, ରଡ୍ ନେଇ ମୁଖା ପିନ୍ଧି ଯାଇଥିଲେ ଏହି ଦୁଇ ଅଭିଯୁକ୍ତ । ୨ ଛାତ୍ରଙ୍କର ପୂର୍ବରୁ କୌଣସି ଅପରାଧିକ ରେକର୍ଡ ନ ଥିଲେ ବି ଏହା ଏକ ଯୋଜନାବଦ୍ଧ ହତ୍ୟା । କୃଷ୍ଣ ନିର୍ଦ୍ଦିଷ୍ଟ ଝିଅକୁ ହଇରାଣ କରିବାରୁ ହତ୍ୟାକାଣ୍ଡ ଘଟାଇଥିବା କହିଛନ୍ତି ସିପି । ଆକ୍ରମଣରେ ଗୁରୁତର କୃଷ୍ଣଙ୍କ ବାପାଙ୍କର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ଆକ୍ରମଣରେ ଗୁରୁତର କୃଷ୍ଣଙ୍କ ଭଉଣୀ ଏବେ ଚିକିତ୍ସାଧୀନ ଅଛନ୍ତି।
ଦୁର୍ବୃତ୍ତଙ୍କ ବୀଭତ୍ସକାଣ୍ଡରୁ ଲାଗୁଥିଲା ଯେମିତି ପୂରା ପରିବାରକୁ ସମୂଳେ ନାଶ କରିବା
ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୨ଟାରେ ଭୁବନେଶ୍ଵର ଖଣ୍ଡଗିରି କୋଳଥିଆରେ ଏହି ବର୍ବର ହତ୍ୟାକାଣ୍ଡ ଘଟିଥିଲା । କିଛି ଦୁର୍ବୃତ୍ତ ମୁଖା ପିନ୍ଧି ପାଚେରି ଡେଇଁ ବିଏସ୍ସି ଦ୍ଵିତୀୟ ବର୍ଷର ଛାତ୍ର କୃଷ୍ଣ ପ୍ରସାଦ ପାଢ଼ୀଙ୍କ ଘରକୁ ପଶିଥିଲେ। ସେମାନେ ସାଥିରେ ଲଙ୍କା ଗୁଣ୍ଡ, ରଡ୍ ନେଇଥିଲେ । କୃଷ୍ଣଙ୍କୁ ଘରୁ ଘୋଷାଡ଼ି ଆଣି ତାଙ୍କ ମୁଣ୍ଡକୁ ବାରମ୍ବାର ଲୁହାରଡ୍ରେ ପିଟିଥିଲେ । ରକ୍ତ ଜୁଡୁବୁଡୁ ହୋଇ କୃଷ୍ଣ ବିକଳ ଚିତ୍କାର କରିଥିଲେ ହେଁ ଦୁର୍ବୃତ୍ତଙ୍କ ଆକ୍ରମଣ ଥମିନଥିଲା। ଉଦ୍ଧାର ପାଇଁ ଯାଇଥିବା ବାପା ହିମାଂଶୁ ଓ ଭଉଣୀ ତାପସୀଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଛାଡ଼ିଲେନି । ବାପାଙ୍କୁ ପିଟିପିଟି ଦରମରା କରିଦେଇଥିଲେ । ଆକ୍ରମଣରେ ଗୁରୁତର କୃଷ୍ଣଙ୍କ ବାପାଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଆକ୍ରମଣରେ ଗୁରୁତର କୃଷ୍ଣଙ୍କ ଭଉଣୀ ଏବେ ଚିକିତ୍ସାଧୀନ ଅଛନ୍ତି।















Leave a Reply