ମାଲକାନଗିରିରୁ ଚୋରି କରି, ୫ ବର୍ଷ ପରେ କନ୍ୟାକୁମାରୀରୁ ଦମ୍ପତିଙ୍କୁ ଧରିଲା ପୋଲିସି |

ମିଠାରେ ନିଶା ଦେଇ ଲୁଟିନେଲେ ଦମ୍ପତି

photo by Akhyara Live

ମାଲକାନଗିରି: ଚୋର ଘର ସବୁବେଳେ ଅନ୍ଧାର ନଥାଏ । ଚୋରୀ କରିଥିଲେ ମାଲକାନଗିରିରୁ , ୫ ବର୍ଷ ପରେ ଧରାପଡ଼ିଲେ କନ୍ୟାକୁମାରୀରୁ | ଗିରଫ ହୋଇଥିବା ଦୁଇ ଚୋର ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାର ମଦାସୁ ଜନ ପଲ୍ ଓରଫ ଜଗଦିଶ ଓ ଇନ୍ତୁରି ଓରୁଣା ଓରଫ ଅର୍ଚ୍ଚନା ମାଲକାନଗିରି ଏସପିଙ୍କ ସୂଚନା ଅନୁଯାଇ ସେମାନଙ୍କ ନିକଟରୁ ଦୁଇଶହ ଗ୍ରାମ ସୁନା ବିସ୍କୁଟ ,ଦୁଇଟି ପିସ୍ତଲ ଓ ମୋଟର ସାଇକେଲ ଜବତ ହୋଇଛି ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି

ସୂଚନା ଥାଉକି ୨୦୨୧ରେ ମାଲକାନଗିରି ପ୍ରସାଦ ଜୁୟେଲର୍ସର ମାଲିକ ସୁବାଷ ପାଟିଲଙ୍କୁ ପୂଜା ଭୋଗ କହି ନିଶା ମିଶା ମିଠା ଖୁଆଇ ତାଙ୍କ ସୁନା ଦୋକାନରୁ ୭୦୦ ଗ୍ରାମର ସୁନା ଗହଣା ଲୁଟି ନେଇଥିଲେ ଏହି ଦୁଇ ଅଭିଯୋଗ । ତେବେ ମାଲକାନଗିରିର ସୁନା ବ୍ୟବସାୟୀ ସୁବାସ ପଟିଲଙ୍କ ଘରେ ପହଞ୍ଚିଥିଲେ ଦମ୍ପତି । ଆନ୍ଧ୍ରପ୍ରଦେଶରୁ ଭଲ ପାଇ ଏଠାକୁ ଚାଲି ଆସିଥିବା କହି ଘର ଭଡ଼ା ପାଇଁ ସୁବାସଙ୍କ ନିକଟରେ ନେହୁରା ହୋଇଥିଲେ । ଘର ଖାଲିଥିବାରୁ ସୁବାସ ମଧ୍ୟ ସେମାନଙ୍କୁ ଭଡ଼ା ଦେଇଥିଲେ ।

ଦୁହେଁ ସୁବାସଙ୍କ ଘରେ ୩ ମାସ ରହିବା ସମୟରେ ସୁନା ଲୁଟ୍ ନେଇ ପ୍ରସ୍ତୁତ କରିଥିଲେ ବ୍ଲୁ-ପ୍ରିଣ୍ଟ । ୨୦୨୧ ମସିହା ମାର୍ଚ୍ଚ ୨ ତାରିଖ ଦିନ ଜନ ପୋଲ ଚାକିରି ପାଇଥିବା କହି ସୁବାସଙ୍କ ପରିବାର ସହ ସାହି ବାସିନ୍ଦାଙ୍କୁ ଖୁଆଇଥିଲେ ମିଠା । ମିଠା ଖାଇ ରାତିରେ ସମସ୍ତେ ଅଚେତ ହୋଇ ଯାଇଥିବାର ସୁଯୋଗ ନେଇ ଲୁଟେରା ଦମ୍ପତି ସୁବାସଙ୍କ ଘରେ ପଶି ସମସ୍ତ ୭୦୦ ଗ୍ରାମ ସୁନା, ୨ ଲକ୍ଷ ଟଙ୍କା ନଗଦ ଓ ଅନ୍ୟ ସାମଗ୍ରୀ ଚୋରି କରି ନେଇ ଯାଇଥିଲେ । ଏହି ଲୁଟେରା ଦମ୍ପତିଙ୍କୁ ଧରିବାକୁ ପୋଲିସ ବାରମ୍ବାର ପ୍ରୟାସ କରି ବିଫଳ ହୋଇଥିଲା । ଖବର ପାଇ ପରେ ମାଲକାନଗିରି ପୋଲିସ କନ୍ୟାକୁମାରୀରେ ପହଞ୍ଚି ଏହି ଲୁଟେରା ଦମ୍ପତିକୁ କାବୁ କରିବାରେ ସଫଳ ହୋଇଛି । ଏମାନଙ୍କ ନାମରେ ଆନ୍ଧ୍ରପ୍ରଦେଶରେ ଏକାଧିକ ମାମଲା ମଧ୍ୟ ରହିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial