ସୁକମା ପାଲମପଲ୍ଲୀ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା; ଏନ୍‌କାଉଣ୍ଟରରେ ଟଳିଲା ମାଓ କମାଣ୍ଡର ମୁଚାକି କେଲାସ ।

ଅକ୍ଷର ବ୍ୟୁରୋ: ମାଓବାଦୀଙ୍କୁ ଅନ୍ତିମ ସୁଯୋଗ । ଆତ୍ମସମର୍ପଣ କର, ନଚେତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରୁହ । ଏହି ଭିତରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା । ସୁକମା ପାଲମପଲ୍ଲୀ ଜଙ୍ଗଲରେ ଏନ୍‌କାଉଣ୍ଟରରେ ଟଳିଲେ ମାଓ କମାଣ୍ଡର ମୁଚାକି କେଲାସ । ତାଙ୍କ ନିକଟରୁ ବିପୁଳ ପରିମାଣ ମାଓ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି । 

ସୂଚନା ଅନୁଯାୟୀ, ଆଜି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ପାଲମପଲ୍ଲୀ ଜଙ୍ଗଲରେ ପୁଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ପୁଲିସର ଏନକାଉଣ୍ଟରରେ ୫ ଲକ୍ଷ ଟଙ୍କାର ଇନାମୀ ହାର୍ଡକୋର ମାଓବାଦୀ ନିହତ ହୋଇଛି । ମୃତ ମାଓବାଦୀ ନାଁ ମୁଚାକି କେଲାସ । ମାଓ ସଙ୍ଗଠନରେ ପ୍ଲାଟୁନ ୩୧ର PPCM କ୍ୟାଡ଼ର ସେକ୍ସନ କମାଣ୍ଡର ଭାବେ ସକ୍ରିୟ ଥିଲା । ଘଟଣା ସ୍ଥଳରୁ ଗୋଟିଏ ଅଟମେଟିକ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ସୁରକ୍ଷାକର୍ମୀ । ଡିଆର୍ଜି ଯବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି । ସୂଚନା ଦେଇଛନ୍ତି ସୁକମା ଏସ୍‌ପି ରଣ ଚୌହାନ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)