ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ କିମ୍ବା ସ୍ଥାୟୀ ଅକ୍ଷମତାରେ ମିଳିବ Ex-Gratia

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ଦୁର୍ଘଟଣାଜନିତ ମୃତ୍ୟୁ କିମ୍ବା ସ୍ଥାୟୀ ଅକ୍ଷମତା କ୍ଷେତ୍ରରେ ଆର୍ଥିକ ସହାୟତା ନେଇ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଛାତ୍ରଛାତ୍ରୀଙ୍କୁ Ex-Gratia ଅନୁଦାନ ପ୍ରଦାନ ପାଇଁ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ୨୦୨୬ ସେପ୍ଟେମ୍ବର ୩ ତାରିଖରେ ଜାରି ହୋଇଥିବା ଏହି ନୂଆ ଗାଇଡ୍‌ଲାଇନ୍‌ ଦୁର୍ଘଟଣା ସମୟରେ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇବା ଲକ୍ଷ୍ୟରେ ଲାଗୁ କରାଯାଇଛି । ନୂଆ ବ୍ୟବସ୍ଥା ଅନୁସାରେ ଶିଶୁବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ଛାତ୍ରଛାତ୍ରୀ ଏହି ସହାୟତା ବ୍ୟବସ୍ଥାରେ ସାମିଲ ହେବେ । ରାଜ୍ୟର ସମସ୍ତ ସରକାରୀ, ସରକାରୀ ସହାୟତାପ୍ରାପ୍ତ, OAV ଓ OMAV ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ ।

ବିଶେଷକରି କୌଣସି ଛାତ୍ରଛାତ୍ରୀଙ୍କ ଦୁର୍ଘଟଣାଜନିତ ମୃତ୍ୟୁ କିମ୍ବା ସ୍ଥାୟୀ ଅକ୍ଷମତା ଘଟିଲେ, ନୂଆ ଗାଇଡ୍‌ଲାଇନ୍ ଅନୁଯାୟୀ Ex-Gratia ଅନୁଦାନ ପ୍ରଦାନ କରାଯିବ । ଏହାଦ୍ୱାରା ଦୁର୍ଘଟଣାରେ ପରିବାର ଉପରେ ପଡ଼ୁଥିବା ଆର୍ଥିକ ଚାପକୁ କିଛି ମାତ୍ରାରେ କମାଇବା ସହ ଆବଶ୍ୟକ ସମୟରେ ତୁରନ୍ତ ସହାୟତା ପହଞ୍ଚାଇବା ସମ୍ଭବ ହେବ ।ସରକାରଙ୍କ ଏହି ନୂଆ ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ କଲ୍ୟାଣକୁ ଗୁରୁତ୍ୱ ଦେବା ସହ ଦୁର୍ଘଟଣା ପରେ ପ୍ରଭାବିତ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇବାରେ ଏକ ସହାୟକ ପଦକ୍ଷେପ ଭାବେ ବିବେଚିତ ହେଉଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial