ଅକ୍ଷର ବ୍ୟୁରୋ: ପୁଣି ଦୁଇ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ଡେଡ଼୍ ଲାଇନ ସରିବାର ଶେଷ ଦିନରେ କଲେ ସମର୍ପଣ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାରେ AK47 ବନ୍ଧୁକ ସହ ଦୁଇ ହାର୍ଡକୋର ମାଓବାଦୀ ସରେଣ୍ଡର କରିଛନ୍ତି । ତାଙ୍କ ନିକଟରୁ ବିପୁଳ ପରିମାଣର ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ଏନେଇ ବସ୍ତର ଆଇଜି ସୂଚନା ଦେଇଛନ୍ତି ।
ସୂଚନା ଅନୁଯାୟୀ ବସ୍ତର ନକ୍ସଲ ମୁକ୍ତ ହେବାକୁ ଯାଉଛି । ଛତିଶଗଡ଼ର ୯୬% ଅଞ୍ଚଳ ଏବେ ନକ୍ସଲ ପ୍ରଭାବରୁ ମୁକ୍ତ । ୧୫୦୦ ରୁ ଅଧିକ ଗ୍ରାମ ପଞ୍ଚାୟତକୁ ନକ୍ସଲ ମୁକ୍ତ ଘୋଷଣା କରାଯାଇଛି । ନକ୍ସଲ ପ୍ରଭାବ କେବଳ ଦୁଇ କିମ୍ବା ତିନୋଟି ପଞ୍ଚାୟତରେ ସୀମିତ ରହିଛି । ପ୍ରମୁଖ ନକ୍ସଲ ନେତାମାନେ ଆତ୍ମସମର୍ପଣ କରିଛନ୍ତି । ଯାହା ଫଳରେ ସଂଗଠନ ନେତୃତ୍ୱହୀନ ହୋଇପଡ଼ିଛି । ଆବୁଝମାଡ଼ର କିଛି ଅଞ୍ଚଳରେ ଏବେ ବି ଛୋଟ ଛୋଟ ମାଓ ସଙ୍ଗଠନ ରହିଛି । ସରକାର ଦାବି କରୁଛନ୍ତି ଯେ ଦେଶ ନକ୍ସଲ ମୁକ୍ତ ଏବଂ ନକ୍ସଲ ସଂଗଠନର ଶୀର୍ଷ ନେତୃତ୍ୱ ପତନ ପାଇଛି । “ନକ୍ସଲ ମୁକ୍ତ” ଏବେ ବାସ୍ତବତାରେ ପରିଣତ ହେବାର ବହୁତ ନିକଟତର ବୋଲି ସୂଚନା ଦେଇଛନ୍ତି ବସ୍ତର ଆଇଜି ସୁନ୍ଦରରାଜ ପି।












Leave a Reply