ଅକ୍ଷର ବ୍ୟୁରୋ: ପୁରୀ ଚନ୍ଦନଯାତ୍ରା ବିବାଦ ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନର ହସ୍ତକ୍ଷେପ । ଶ୍ରୀମନ୍ଦିର କମାଣ୍ଡରଙ୍କୁ ଏନେଇ ରିପୋର୍ଟ ମଗାଯାଇଛି । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା କହିଛନ୍ତି । ପ୍ରବଳ ପବନ ଯୋଗୁଁ ଦିନ ଚାପ ଅସମ୍ଭବ ଥିଲା । ସେବାୟତଙ୍କ ମଧ୍ୟରେ ବିବାଦ ଲାଗି ରାତି ଚାପ ହୋଇପାରିନଥିଲା । ଏବେ ବିବାଦ ନେଇ ବୈଠକ ବସିଥିଲା । ଯେଉଁଥିରେ ମହାପ୍ରଭୁଙ୍କ ଚାପ ନୀତିକୁ ଶୃଙ୍ଖଳିତ କରିବାକୁ ସେବାୟତମାନେ ପ୍ରତିଶ୍ରୁତି ଦେଇଛନ୍ତି । ଖାଲି ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ଚନ୍ଦନ ଯାତ୍ରାର ନବମ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳି ପାରିଲେନି ଠାକୁର । ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଘଟିଛି ଏଭଳି ଘଟଣା ଘଟିଛି । ଚାପ ନଖେଳି ଦୀର୍ଘ ସମୟ ଧରି ଚାପ ଡଙ୍ଗାରେ ବସି ରହିଥିଲେ ମଦନମୋହନ, ରାମକୃଷ୍ଣ ଏବଂ ପଞ୍ଚପାଣ୍ଡବ। । ମହାପ୍ରଭୁ ଚାପରେ ବିଜେ ହୋଇ ସାରିଥିବାବେଳେ ଜଳକ୍ରୀଡା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ତେବେ ଚାପ ଉପରେ ଉପସ୍ଥିତିକୁ ନେଇ ଦୁଇ ସେବାୟତ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖା ଦେଇଥିଲା ।












Leave a Reply