ରାଜଧାନୀର ଏକ ଆପାର୍ଟମେଣ୍ଟରେ ନିଆଁ; ବାଷ୍ପରୁଦ୍ଧ ହୋଇ ଦୁଇଜଣଙ୍କର ମୃତ୍ୟୁ ।

ଅକ୍ଷର ବ୍ୟୁରୋ: ରାଜଧାନୀର ଏକ ଆପାର୍ଟମେଣ୍ଟରେ ନିଆଁ । ଲକ୍ଷ୍ମୀସାଗରର ବାସନ୍ତଭିଲା ଆପାର୍ଟମେଣ୍ଟରେ ନିଆଁ । ବାଷ୍ପରୁଦ୍ଧ ହୋଇ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଜଣେ ମହିଳା ଓ ଜଣେ ପୁରୁଷଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ କେୟାର ଟେକର୍ ଭାବେ କାମ କରୁଥିଲେ ବୋଲି ଜଣାପଡିଛି । ନିଆଁ ଲାଗି ବାଇକ୍ ଓ କାର୍ ମଧ୍ୟ ପୋଡ଼ି ପାଉଁଶ ହୋଇଛି । ବିଦ୍ୟୁତ୍ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସୂଚନା ମିଳିଛି । ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ ପୋଲିସ ମୃତଦେହକୁ ଜବତ କରି ତଦନ୍ତ କରୁଛି । ଆପାର୍ଟମେଣ୍ଟରୁ ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)