କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅଘଟଣ; ଅଗ୍ନିକାଣ୍ଡ ଘଟି ଗୁହାଳ ଘର ସମେତ ତିନିବଖରା ଘର ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ।

ଅକ୍ଷର ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ କରିଲୋପାଟଣା ଗାଁରେ ଅଘଟଣ । ଅଗ୍ନିକାଣ୍ଡ ଘଟି ୧୨ ଛେଳି ସହ ଗାଈ ଜୀବନ୍ତ ଦଗ୍ଧ । ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ ଘଟି ପ୍ରଦୀପ୍ତ ମଲ୍ଲିକଙ୍କର ଗୁହାଳ ଘର ସମେତ ତିନିବଖରା ଘର ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ୧୨ ଛେଳି ସମେତ ଗୋଟିଏ ଗାଈ ପୋଡ଼ି ହୋଇ ମୃତ୍ୟୁବରଣ କରିଛନ୍ତି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଘରଟି ଜଳୁଥିବା ସମୟରେ ମାଲିକ ପ୍ରଦୀପ୍ତ ଛେଳି ଓ ଗାଈମାନଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ଆହତ ହୋଇଛନ୍ତି । ଅଗ୍ନିକାଣ୍ଡରେ ସର୍ବସ୍ୱ ହରାଇଥିବା ପ୍ରଦୀପ୍ତଙ୍କୁ ଜିଲ୍ଲା ପ୍ରଶାସନ ତୁରନ୍ତ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । ଦମକଳ ଗାଡ଼ି ପହଁଞ୍ଚିଲା ବେଳକୁ ଘରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)