ବାଲିଅନ୍ତା ବର୍ବରତା ଘଟଣାରେ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ; ୪ ପୋଲିସ୍‌ କର୍ମଚାରୀ ନିଲମ୍ବିତ ।

ଅକ୍ଷର ବ୍ୟୁରୋ: ବାଲିଅନ୍ତା ବର୍ବରତା ଘଟଣାରେ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ । ୪ ପୋଲିସ୍‌ କର୍ମଚାରୀ ନିଲମ୍ବିତ । IICଙ୍କୁ ମୁଖ୍ୟାଳୟକୁ ବଦଳି କରାଯିବା ସହ ୪ ପୋଲିସଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି । ଜଣେ SI, ଜଣେ ASI, ଜଣେ OAPFଙ୍କୁ ସସପେଣ୍ଡ୍‌ କରାଯାଇଛି । ସେହିପରି ଜଣେ କନଷ୍ଟେବଳ ନିଲମ୍ବିତ ହୋଇଛନ୍ତି । ୨ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି । ​​ପ୍ରଶାସନୀୟ ସୂଚନା ଅନୁଯାୟୀ, ଘଟଣା ସମୟରେ କାର୍ଯ୍ୟରେ ଅବହେଳା ଓ ଶାନ୍ତି-ଶୃଙ୍ଖଳା ରକ୍ଷାରେ ଅସଫଳତାକୁ ନେଇ ଏହି କଠୋର ପଦକ୍ଷେପ ନିଆଯାଇଛି ।

ଜିଆରପି କନଷ୍ଟେବଳ ସୌମ୍ୟ ରଞ୍ଜନ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା । ଘଟଣାସ୍ଥଳକୁ ଯାଇ ସରଜମିନ୍ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ୍ ଟିମ୍ । ଆଜି କ୍ରାଇମ୍ ବ୍ରାଞ୍ଚର ଦୁଇଟି ଟିମ୍ ବାଲିଅନ୍ତା ଯାଇଛନ୍ତି । ଗୋଟିଏ ଟିମ୍ ବାଲିଅନ୍ତା ଥାନାକୁ ଯାଇ ତଦନ୍ତ କରିଥିବା ବେଳେ ଅନ୍ୟ ଟିମ୍ କ୍ରାଇମ୍ ସ୍ପଟ୍ ରେ ଖୋଳତାଡ କରୁଛି । ତଦନ୍ତରେ ସାଇଣ୍ଟିଫିକ୍ ଟିମ୍ ଓ ସାଇବର୍ ଟିମ୍ ଓ ଡଗ ସ୍କ୍ୱାର୍ଡ ସାମିଲ ରହିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)