ଅକ୍ଷର ବ୍ୟୁରୋ: ବ୍ରହ୍ମପୁରରେ ଯୁବକଙ୍କୁ ବିଚ୍ ରାସ୍ତାରେ ପିଟି ପିଟି ଦରମଲା କଲେ ଦୁର୍ବୃତ୍ତ । ହେଲେ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନି ପୋଲିସ । ତେବେ ୫ରୁ ଉର୍ଦ୍ଧ୍ୱ ଦୁର୍ବୃତ୍ତଙ୍କ ନାଁରେ ମାମଲା ରୁଜୁ ହୋଇଛି । ଆଶିଷ ସାହୁ, ମୁକେଶ ସାହୁଙ୍କ ସମେତ ୫ରୁ ଊର୍ଦ୍ଧ୍ୱ ଯୁବକଙ୍କ ନାଁରେ ମାମଲା ହୋଇଛି । କିଛି ଯୁବକଙ୍କୁ ଆଣି ପଚରାଉଚରା କରୁଛି । ଗତକାଲି ବ୍ରହ୍ମପୁର ଗିରି ରୋଡରେ ଦୁଇ ଜଣ ଯୁବକ ଠେଙ୍ଗାରେ ପିଟୁଥିବାର ଭିଡିଓ ଭାଇରାଲ ହୋଇଥିଲା । ତେବେ କେଉଁ କାରଣ ପାଇଁ ଦୁଇ ଯୁବକ ଠେଙ୍ଗାରେ ଆକ୍ରମଣ କରୁଥିଲେ, ତାହା ସ୍ପଷ୍ଟ ହୋଇନି । ଯୁବକଙ୍କୁ ବଂଚାଇବାକୁ ଯାଇ ଯୁବତୀ ବି ଆହତ ହୋଇଛନ୍ତି । ଆହତ ଯୁବକ-ଯୁବତୀଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।ଆହତ ଯୁବକଙ୍କ ନାଁ ଉମେଶ ରଥ ବୋଲି ଜଣାପଡିଛି । ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ଆଶଙ୍କା କରାଯାଉଛି । ବୈଦ୍ୟନାଥପୁର ଥାନା ପୋଲିସ ଘଟଣାସ୍ଥଳରେ ଯାଞ୍ଚ କରୁଛି । ପୋଲିସ ଆକ୍ରମଣକାରୀଙ୍କୁ ଚିହ୍ନଟ କରିସାରିଛି । ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।
ବ୍ରହ୍ମପୁରରେ ଯୁବକଙ୍କୁ ବିଚ୍ ରାସ୍ତାରେ ପିଟିବା ଘଟଣା; ୫ରୁ ଉର୍ଦ୍ଧ୍ୱ ଦୁର୍ବୃତ୍ତଙ୍କ ନାଁରେ ମାମଲା ରୁଜୁ ।














Leave a Reply