ଅକ୍ଷର ବ୍ୟୁରୋ: ଗୁଜରାଟର ଭଦୋଦରାସ୍ଥିତ କୋଟାମ୍ବି ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ ନିକଟରେ ଆଜି ଭୋର ପ୍ରାୟ ୪ଟା ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଠାରେ ରାଜସ୍ଥାନର ବାଂଶୱାଡାରୁ ଗୁଜରାଟର ସୁରଟ ଅଭିମୁଖେ ଯାଉଥିବା ‘ବାଲାଜୀ ଟ୍ରାଭେଲ୍ସ’ର ଏକ ଦ୍ରୁତଗାମୀ ଲକ୍ଜୁରୀ ବସ୍ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ପଛପଟୁ ଜୋରଦାର ଧକ୍କା ହୋଇଛି | ଘଟଣାସ୍ଥଳରେ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩୦ ଜଣ ଆହତ ହୋଇଛନ୍ତି | ଖବର ପାଇଁ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରି ଆହତଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା | ଦୁର୍ଘଟଣା ସମୟରେ ଅଧିକାଂଶ ଯାତ୍ରୀ ନିଦରେ ରହିଥିଲେ ।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସର ଆଗ ଭାଗ ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା ଏବଂ ଅନେକ ଯାତ୍ରୀ ଭିତରେ ଫସି ରହିଥିଲେ | ଘଟଣା ସମ୍ପର୍କରେ ଖବର ପାଇ ଜାରୋଦ୍ ପୋଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ମୃତକଙ୍କ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ବସ୍ ଡ୍ରାଇଭରର ଘଟଣା ସ୍ଥଳରେ ଜୀବନ ଚାଲିଯାଇଛି । ଅମରୋଲିରୁ ସୁରତ ଯାଉଥିବା ବସ୍ ଡ୍ରାଇଭରର ଦାୟିତ୍ବହୀନତା ପାଇଁ ଦୁର୍ଘଟଣା ହୋଇଥିବା ସନ୍ଦେହ କରାଯାଉଛି । ପୋଲିସ ଦୁର୍ଘଟଣାର କାରଣ ଖୋଜି ତଦନ୍ତ କରୁଛି ।












Leave a Reply