ଅକ୍ଷର ବ୍ୟୁରୋ: ରାଜ୍ୟରେ ଉପର ମୁହାଁ ତାତି । ସକାଳୁ ସକାଳୁ ଖରା, ଗରମ, ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ସକାଳ ୮ଟା ବାଜୁ ବାଜୁ ରାସ୍ତାଘାଟ ଶୂନ୍ଶାନ୍ ରହୁଛି । ଅନ୍ୟପଟେ ଜଳୁଛି ପଶ୍ଚିମ ଓଡ଼ିଶା, ଉପକୂଳରେ ଅସ୍ତବ୍ୟସ୍ତ କରୁଛି ଗୁଳୁଗୁଳି । ଦିନ ସାଢ଼େ ୧୧ଟା ସୁଦ୍ଧା ୪୧.୨ ଡିଗ୍ରି ସହ ସବୁଠୁ ଉତ୍ତପ୍ତ ସହର ଝାରସୁଗୁଡ଼ା । ସମ୍ବଲପୁରରେ ୪୦.୬ ଡିଗ୍ରି ଓ ହୀରାକୁଦରେ ୪୦.୨ ଡିଗ୍ରି ତାପମାତ୍ରା ରେକର୍ଡ । ଭୁବନେଶ୍ୱରରେ ତାତି ୩୭.୨ ଡିଗ୍ରି, ଆର୍ଦ୍ରତା ୬୦ ପ୍ରତିଶତ । ହେଲେ ଗୁଳୁଗୁଳି ପାଇଁ ଅନୁଭୂତ ତାତି ବା ହିଟ୍ ଇଣ୍ଡେକ୍ସ ୫୨ଡିଗ୍ରି ସେଲସିଅସ୍ । ଆହୁରି ସପ୍ତାହ ଯାଏଁ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ସତର୍କ କରିଛି ପାଣିପାଗ ବିଭାଗ । ପ୍ରବଳ ଗ୍ରୀଷ୍ମପ୍ରବାହ ଓ ଉଷ୍ଣରାତ୍ରି ହେବାର ଆଶଙ୍କା ଥିବାରୁ ଆଜି ପାଇଁ ଝାରସୁଗୁଡ଼ା, ସମ୍ୱଲପୁର ଓ ବଲାଙ୍ଗୀର ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ । କେବଳ କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ନବରଙ୍ଗପୁରକୁ ଛାଡ଼ି ବାକି ୨୩ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ଜଳୁଛି ଉପକୂଳରୁ ପଶ୍ଚିମ ଓଡ଼ିଶା, ଅସ୍ତବ୍ୟସ୍ତ କରୁଛି ଗୁଳୁଗୁଳି; ଦିନ ସାଢ଼େ ୧୧ଟା ସୁଦ୍ଧା ୪୧.୨ ଡିଗ୍ରି ସହ ସବୁଠୁ ଉତ୍ତପ୍ତ ସହର ଝାରସୁଗୁଡ଼ା ।















Leave a Reply