ଅକ୍ଷର ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ନୂଆଡ଼ିହି ଗାଁରେ ଦଶାହ ଭୋଜି ଖାଇ ପୁରା ଗାଁ ଅସୁସ୍ଥ । ୪ଜଣଙ୍କ ମୃତ ହୋଇଥିବା ବେଳେ ୧୭ଜଣ ଆକ୍ରାନ୍ତ ଅଛନ୍ତି । ହେମଗିରି ମେଡିକାଲରେ ୩୦ଜଣ ଭର୍ତ୍ତି ହୋଇଥିବା ବେଳେ ବାକି ସବୁ ଗୁରୁତର ହେବାରୁ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ମେଡିକାଲକୁ ସ୍ଥାନାନ୍ତର । ନୂଆଡ଼ିହି ଗାଁରେ ଏକ ଶୁଦ୍ଧି ଭୋଜିରେ ଗାଁ ଲୋକ ସକାଳୁ ମାଛ ଓ ରାତିରେ ଚିକେନ୍ ଖାଇଥିଲେ ଓ ପୋଖରୀ ପାଣି ପିଇଥିଲେ । ଘଟଣାସ୍ଥଳରେ ଡାକ୍ତରୀ ଟିମ୍ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଥିବାବେଳେ ଆଜି ସୁନ୍ଦରଗଡ଼ରୁ ସ୍ୱତନ୍ତ୍ର ଡାକ୍ତରୀ ଟିମ ପହଂଚି ପରୀକ୍ଷା ଆରମ୍ଭ କରିଛନ୍ତି । ପୁରା ଗାଁ ଏବେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇପଡ଼ିଛି ।
ଦଶାହ ଭୋଜି ଖାଇ ପୁରା ଗାଁ ଝାଡ଼ାବାନ୍ତିରେ ଆକ୍ରାନ୍ତ; ୪ଜଣଙ୍କ ମୃତ ହୋଇଥିବା ବେଳେ ୧୭ଜଣ ଗୁରୁତର ।











Leave a Reply