ଅକ୍ଷର ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ସଦର ଥାନା କଞ୍ଚନିବାଗ ଅଞ୍ଚଳରେ ନାବାଳିକା ବିବାହ । ବିବାହ ଚାଲିଥିଲା ବେଳେ ବାପା ଓ ବରଙ୍କୁ ଉଠାଇ ନେଲା ପୋଲିସ । ସୂଚନା ଅନୁସାରେ, ୧୭ ବର୍ଷୀୟା ଜଣେ ନାବାଳିକାଙ୍କୁ ଜୋରଜବରଦସ୍ତି ବିବାହ କରାଇବା ପାଇଁ ପରିବାର ଲୋକେ ଉଦ୍ୟମ କରୁଥିଲେ । କିନ୍ତୁ ଉକ୍ତ ନାବାଳିକା ଏହି ବିବାହ ପାଇଁ ଅରାଜି ଥିବା ଜଣାପଡ଼ିଛି ଗ୍ରାମବାସୀମାନେ ଘଟଣା ବିଷୟରେ ଜାଣିବା ପରେ ଉକ୍ତ ଯୁବକଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କ ବାପା ଓ ବିବାହ କରିବାକୁ ଆସିଥିବା ଜିତେନ୍ଦ୍ର ବାରିକ ନାମକ ଯୁବକଙ୍କୁ ଥାନାକୁ ନେଇ ଅଟକ ରଖିଛି । ଏ ବିଷୟରେ ପୋଲିସ ଘଟଣାର ଅଧିକ ତଦନ୍ତ ଚାଲାଇଛି ।
ବାଲେଶ୍ୱର ଜିଲ୍ଲା ସଦର ଥାନା ଅଞ୍ଚଳରେ ନାବାଳିକା ବିବାହ; ସୂଚନା ପାଇ ବାପା ଓ ବରଙ୍କୁ ଉଠାଇ ନେଲା ପୋଲିସ ।












Leave a Reply