ଏଥର ଓଡିଶାରେ କମ୍ ବର୍ଷିବ; ସ୍ୱାଭାବିକଠାରୁ କମ୍ ବର୍ଷା ନେଇ ସୂଚନା ଦେଇଛନ୍ତି IMD ଡିଜି ।

ଅକ୍ଷର ବ୍ୟୁରୋ: ଏଥର ଓଡିଶାରେ କମ୍ ବର୍ଷିବ । ଜୁନ୍ ରୁ ସେପ୍ଟେମ୍ୱର ମଧ୍ୟରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବା ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଚଳିତ ମୌସୁମୀ ଋତୁରେ ହାରାହାରି ବର୍ଷା ପରିମାଣ ୯୦% ରହିବ । ଦେଶର ଉତ୍ତର-ପୂର୍ବରେ ସ୍ୱାଭାବିକ ବର୍ଷା, ଅନ୍ୟ ଭାଗରେ କମ୍ ବର୍ଷା । ଜୁନ୍ ରେ ସ୍ୱାଭାବିକଠାରୁ ୯୨ ପ୍ରତିଶତ କମ୍ ବର୍ଷା ହେବ । ଦେଶର ମଧ୍ୟ ଭାଗରେ ୯୪% କମ୍ ବର୍ଷା ହେବା ଆଶଙ୍କା ରହିଛ । ଓଡ଼ିଶାରେ ମଧ୍ୟ ସ୍ୱାଭାବିକଠୁ କମ୍ ବର୍ଷା ହେବ । ମଧ୍ୟପ୍ରଦେଶର, ମହାରାଷ୍ଟ୍ର ଏବଂ ଛତିଶଗଡ଼ରେ ମଧ୍ୟ ସ୍ଵାଭାବିକ ଠାରୁ କମ୍ ବର୍ଷା ହେବ । ଏବେ ଏଲ୍-ନିନୋ ସ୍ଥିତିରେ ପରିବର୍ତ୍ତନ ଦେଖିବାକୁ ମିଳୁଛି ।

ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରରେ ହିଟ୍ଓ୍ୱେଭ୍ ସତର୍କତା ଜାରି ରହିବ । ସେହିପରି ଉତ୍ତର ପ୍ରଦେଶ, ହରିୟାଣା, ପଞ୍ଜାବ, ବିହାର, ଛତିଶଗଡ଼, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ, ତେଲେଙ୍ଗାନା ଏବଂ ତାମିଲନାଡୁର କିଛି ଅଞ୍ଚଳରେ ଭୟଙ୍କର ହିଟୱେଭ୍ ଅନୁଭୂତ ହେବ । ରାଜସ୍ଥାନ ଏବଂ ଝାଡ଼ଖଣ୍ଡରେ ସ୍ଵାଭାବିକ ଠାରୁ କମ୍ ହିଟୱେଭ୍ ଅନୁଭୂତ ହେବ । ସେପଟେ ୧୬ ତାରିଖରେ ମୌସୁମୀ ଆଣ୍ଡାମାନ ଛୁଇଁ ସାରିଥିବା କହିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଏହାଦ୍ଵାରା ଖରିଫ୍ ଚାଷ ପ୍ରଭାବିତ ହେବ। ଧାନ ବୁଣା ବେଳେ ଜଳ ସଙ୍କଟ ଦେଖାଦେବ । ବିଜୁଳି ଉତ୍ପାଦନ ମଧ୍ୟ ପ୍ରଭାବିତ ହେବ । ତେଣୁ ଜଳ ସଂରକ୍ଷଣ, ମରୁଡ଼ି ପ୍ରନ୍ଧନ, ଏବଂ ଫସଲ ବୀମା କରିବା ପାଇଁ ସବୁ ରାଜ୍ୟଙ୍କୁ ଆଇଏମଡି ପରାମର୍ଶ ଦେଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)