ବାଲି ବୋଝେଇ ହାଇୱାର ବେପରୁଆ ଚାଳନା; ଅଳ୍ପକେ ବର୍ତ୍ତିଲେ ସ୍ୱାମୀ-ସ୍ତ୍ରୀ ଓ ଶିଶୁ, ରାସ୍ତାରେ ତାତିଲେ ଗ୍ରାମବାସୀ

ଅକ୍ଷର ବ୍ୟୁରୋ: ପୁରୀ ଜିଲ୍ଲା ପିପିଲି ବ୍ଲକରେ ବେଆଇନ ବାଲି ଚାଲାଣକୁ କେନ୍ଦ୍ର କରି ପୁଣି ଥରେ ତେଜିଛି ଜନଅସନ୍ତୋଷ। ଜଗନ୍ନାଥପୁର-ପାରିଚଅର ମୁଖ୍ୟ ରାସ୍ତାର ଗଙ୍ଗାପଡ଼ା ଛକରେ ବିଳମ୍ବିତ ରାତିରେ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ବାଲି ବୋଝେଇ ଏକ ହାଇୱାର ବେପରୁଆ ଚାଳନା ଯୋଗୁଁ ବାଇକ୍‌ରେ ଯାଉଥିବା ଏକ ପରିବାର ମୃତ୍ୟୁମୁଖରୁ ଫେରି ଆସିଥିବା ବେଳେ ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା।

ସୂଚନା ଅନୁଯାୟୀ, ବାଲି ବୋଝେଇ ହାଇୱାଟି ରାସ୍ତାରେ ସାଇଡ୍ ମାରୁଥିବା ସମୟରେ ବାଇକ୍‌ରେ ଯାଉଥିବା ସ୍ୱାମୀ, ସ୍ତ୍ରୀ ଓ ସେମାନଙ୍କ ଛୋଟ ଶିଶୁ ଅଳ୍ପକେ ଦୁର୍ଘଟଣାରୁ ରକ୍ଷା ପାଇଥିଲେ। ଘଟଣା ଦେଖି ସ୍ଥାନୀୟ ଲୋକ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ ଏବଂ ବେପରୁଆ ହାଇୱା ଚଳାଚଳକୁ ବିରୋଧ କରି କିଛି ସମୟ ପାଇଁ ବାଲି ବୋଝେଇ ଗାଡ଼ିଗୁଡ଼ିକୁ ଅଟକାଇ ପ୍ରତିବାଦ କରିଥିଲେ।ଘଟଣାର ଖବର ପାଇ ପିପିଲି ଥାନା ପୁଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଲୋଚନା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ଏବଂ ରାସ୍ତାରେ ଚଳାଚଳ ପୁନର୍ବାର ଆରମ୍ଭ ହୋଇଥିଲା।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)