ଦଶପଲ୍ଲା: ନୟାଗଡ଼ ଦଶପଲ୍ଲା ବରିହାପିଟା ନିକଟରେ ସଡ଼କ ଦୁର୍ଘଟଣା । ୩୦ ଫୁଟ୍ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ । ଟ୍ରକ ତଳେ ଚାପି ହୋଇ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ହେଲ୍ପର ଜଣକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି | ଆହତ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରଯାଇଛି ।ଟ୍ରକ ଟି ବିଶାଖାପାଟଣାରୁ ସୁନ୍ଦରଗଡ଼କୁ ସିମେଣ୍ଟ ନେଇ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
୩୦ ଫୁଟ୍ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଚାପି ହୋଇ ଚାଳକ ମୃତ















Leave a Reply