ଅକ୍ଷର ବ୍ୟୁରୋ: ମହାରାଷ୍ଟ୍ରର ନାସିକରେ ଶୁକ୍ରବାର ଦୁଇଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ମଧ୍ୟରାତ୍ରି ପରେ ପ୍ରଥମ ଏବଂ ଶୁକ୍ରବାର ସକାଳେ ଦ୍ୱିତୀୟ ଭୂକମ୍ପ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS)ର ତଥ୍ୟରୁ ଜଣାପଡ଼ିଛି। ଦୁଇଟି ଭୂକମ୍ପର ତୀବ୍ରତା ୩.୫ ଓ ୩.୪ ଥିବା ବେଳେ ଏଥିରେ ବର୍ତ୍ତମାନ ସୁଦ୍ଧା କୌଣସି ଜୀବନହାନି କିମ୍ବା ବଡ଼ଧରଣର ସମ୍ପତ୍ତି କ୍ଷୟକ୍ଷତିର ଖବର ନାହିଁ।
NCS ଅନୁସାରେ, ନାସିକରେ ପ୍ରଥମ ଭୂକମ୍ପ ରାତି ୧୨ଟା ୫ ମିନିଟରେ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ରେକର୍ଡ କରାଯାଇଥିବା ବେଳେ ଭୂକମ୍ପର କେନ୍ଦ୍ର ଭୂପୃଷ୍ଠଠାରୁ ପ୍ରାୟ ୩ କିଲୋମିଟର ଗଭୀରରେ ଥିଲା। ସେହିପରି ଶୁକ୍ରବାର ସକାଳ ୫ଟା ୩୨ ମିନିଟରେ ଦ୍ୱିତୀୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ୩.୪ ଥିବା ରେକର୍ଡ କରାଯାଇଛି। ଲଗାତାର ଦୁଇଟି ଭୂକମ୍ପ ଝଟକା ଅନୁଭୂତ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ କୌଣସି ବଡ଼ଧରଣର କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।














Leave a Reply