ଅକ୍ଷର ବ୍ୟୁରୋ: ଲଗାଣ ବର୍ଷା ମଧ୍ୟରେ ରେଙ୍ଗାଲି ଡ୍ୟାମରେ ବଢୁଛି ଜଳସ୍ତର। ଜଳସ୍ତର ବୃଦ୍ଧି ପରେ ଡ୍ୟାମର ୩ଟି ଗେଟ୍ ଖୋଲାଯାଇଛି। ଗେଟ୍ ସହ ପାୱାର ଚାନେଲ ଦେଇ ମଧ୍ୟ ବନ୍ୟାଜଳ ନିଷ୍କାସନ କରାଯାଉଛି। ଫଳରେ ବ୍ରାହ୍ମଣୀ ନଦୀର ଶାଖା ନଦୀ ଓ ନାଳଗୁଡ଼ିକରେ ଜଳସ୍ତର ବଢ଼ି ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଘନୀଭୂତ ହୋଇଛି। ରେଙ୍ଗାଲି ଡ୍ୟାମର ଜଳଧାରଣ କ୍ଷମତା ୧୨୩.୫୦ ମିଟର ଥିବା ବେଳେ ବର୍ତ୍ତମାନ ଜଳସ୍ତର ୧୨୩.୨୪ ମିଟରରେ ପହଞ୍ଚିଛି। ଡ୍ୟାମକୁ ପ୍ରତି ସେକେଣ୍ଡରେ ୫,୧୭୭ ଘନମିଟର ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ୩ଟି ଗେଟ୍ ଓ ପାୱାର ଚାନେଲ ଦେଇ ପ୍ରତି ସେକେଣ୍ଡରେ ୫,୪୭୩ ଘନମିଟର ପାଣି ନିଷ୍କାସନ ହେଉଛି। ଏପଟେ ଜେନାପୁର ଡ୍ୟାମର ସତର୍କ ସଙ୍କେତ ୨୨ ମିଟର ଥିବା ବେଳେ ଜଳସ୍ତର ୨୨.୧୪ ମିଟର ଛୁଇଁଛି। ସେହିପରି ପାନପୋଷ ଡ୍ୟାମର ବିପଦ ସଙ୍କେତ ୧୭୭.୫ ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର ୧୭୪.୬୮ ମିଟର ରହିଛି। ପରିସ୍ଥିତିକୁ ନଜରରେ ରଖି ରେଙ୍ଗାଲି ଡ୍ୟାମ କର୍ତ୍ତୃପକ୍ଷ ତଳିଆ ଅଞ୍ଚଳ ଓ ନଦୀକୂଳିଆ ଲୋକଙ୍କୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ କରିଛନ୍ତି। ଏଥିସହ ଅନୁଗୋଳ, ଢେଙ୍କାନାଳ, ଯାଜପୁର ଓ କେନ୍ଦ୍ରାପଡ଼ା, ଏହି ୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ମଧ୍ୟ ବନ୍ୟା ସତର୍କ ସୂଚନା ଦିଆଯାଇଛି।
ରେଙ୍ଗାଲି ଡ୍ୟାମର ୩ ଗେଟ୍ ଖୋଲା, ବଢୁଛି ବନ୍ୟା ଆଶଙ୍କା














Leave a Reply