ଅକ୍ଷର ବ୍ୟୁରୋ: ଶନିବାର ରାତିରେ ଭୂମିକମ୍ପ ଝଟକାରେ ଥରିଛି ଆଫଗାନିସ୍ତାନ। ରିକ୍ଟର ସ୍କେଲରେ ୪.୯ ତୀବ୍ରତାର ମଧ୍ୟମ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପ ପରେ ତତ୍କାଳ କୌଣସି ଜୀବନହାନି କିମ୍ବା ବଡ଼ଧରଣର କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ। ଭାରତୀୟ ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି (NCS) ଅନୁଯାୟୀ, ଭାରତୀୟ ସମୟ ରାତି ୯ଟା ୩୬ ମିନିଟ୍ ୫୬ ସେକେଣ୍ଡରେ ଏହି ଭୂମିକମ୍ପ ଘଟିଥିଲା। ଭୂପୃଷ୍ଠରୁ ପ୍ରାୟ ୧୪୭ କିଲୋମିଟର ଗଭୀରତାରେ ଏହାର କେନ୍ଦ୍ରସ୍ଥଳ ରହିଥିବା ଜଣାପଡ଼ିଛି।
ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳ ଭୂମିକମ୍ପପ୍ରବଣ ଅଞ୍ଚଳ ଭାବେ ପରିଚିତ। ଭାରତୀୟ ଓ ୟୁରେସିଆନ୍ ଟେକ୍ଟୋନିକ୍ ପ୍ଲେଟର ସଂଘର୍ଷ ଅଞ୍ଚଳ ନିକଟରେ ଅବସ୍ଥିତ ହୋଇଥିବାରୁ ଆଫଗାନିସ୍ତାନରେ ବାରମ୍ବାର ଭୂମିକମ୍ପ ହୋଇଥାଏ। ରେଡ୍ କ୍ରସ୍ର ରିପୋର୍ଟ ଅନୁଯାୟୀ, ଦେଶର ବିଭିନ୍ନ ଅଞ୍ଚଳ, ବିଶେଷକରି ହିନ୍ଦୁକୁଶ ଅଞ୍ଚଳରେ ଭୂମିକମ୍ପର ଆଶଙ୍କା ସବୁବେଳେ ରହିଥାଏ। ଏହାସହ ହେରାଟ ସମେତ ଆଫଗାନିସ୍ତାନର ବିଭିନ୍ନ ଅଞ୍ଚଳ ଦେଇ ପ୍ରମୁଖ ଫଲ୍ଟ ଲାଇନ୍ ଅତିକ୍ରମ କରିଥିବାରୁ ଦେଶଟି ଭୂମିକମ୍ପ ପ୍ରତି ଅତ୍ୟନ୍ତ ସମ୍ବେଦନଶୀଳ। ତେବେ ଶନିବାରର ଏହି ଭୂମିକମ୍ପ ପରେ ବର୍ତ୍ତମାନ ସୁଦ୍ଧା ବଡ଼ଧରଣର କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ ସାମ୍ନାକୁ ଆସିନାହିଁ।














Leave a Reply