ଆଫଗାନିସ୍ତାନରେ ପୁଣି ଭୂମିକମ୍ପ; ରେକ୍ଟର ସ୍କେଲ୍ ପ୍ରତି ତୀବ୍ରତା ୫.୮ ମାପ

ଆଫଗାନିସ୍ତାନରେ ପୁଣି ଭୂକମ୍ପ ଝଟକା ଅନୁଭୂତ। ଶନିବାର ଅପରାହ୍ନରେ ଆଫଗାନିସ୍ତାନରେ ୫.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ଫଳରେ ପାକିସ୍ତାନ ଏବଂ ଉତ୍ତର ଭାରତରେ କମ୍ପନ ସୃଷ୍ଟି ହୋଇଥିଲା। ଏନେଇ ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ହିନ୍ଦୁକୁଶ ଅଞ୍ଚଳ ବୋଲି ଜଣାପଡିଛି। ଭୂମିକମ୍ପ ଗଭୀର ୧୩୦ କିଲୋମିଟର ଥିଲା ବୋଲି ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର କହିଛି।

ସେହିପରି ଭାରତର ଜମ୍ମୁ ଏବଂ କାଶ୍ମୀର, ପଞ୍ଜାବ ଏବଂ ଦିଲ୍ଲୀ-ଏନସିଆର ଅଞ୍ଚଳର କିଛି ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ପାକିସ୍ତାନରେ ଭୂମିକମ୍ପ ଇସଲାମାବାଦ, ଲାହୋର, ପେଶାୱାର, ରାୱଲପିଣ୍ଡି ଏବଂ ଖାଇବର ପଖତୁନଖ୍ୱା ଅଞ୍ଚଳର ବିଭିନ୍ନ ସ୍ଥାନରେ ମଧ୍ୟ କମ୍ପନ ହୋଇଥିଲା। ତେବେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)