ଭାରତ ଏବଂ ପାକିସ୍ତାନ ଉତ୍ତେଜନା ମଧ୍ୟରେ ବଢିଲା ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସୁରକ୍ଷା। ଅପରେସନ ସିନ୍ଦୂର ପରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ପାକିସ୍ତାନ ବିରୋଧରେ ଭାରତର ‘ଅପରେସନ ସିନ୍ଦୂର’ରେ କୂଟନୈତିକ ଆଭିମୁଖ୍ୟରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ଏସ ଜୟଶଙ୍କର। ତେବେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଏବେ ଏକ ସ୍ୱତନ୍ତ୍ର ବୁଲେଟ୍ ପ୍ରୁଫ୍ କାରରେ ଯାତ୍ରା କରିବେ। ଗୃହ ମନ୍ତ୍ରଣାଳୟ ଏବେ ତାଙ୍କ ସୁରକ୍ଷାକୁ ବଢାଇବା ସହ ସ୍ୱତନ୍ତ୍ର ବୁଲେଟ ପ୍ରୁଫ୍ ଗାଡି ପ୍ରଦାନ କରିଛି। ଜୟଶଙ୍କରଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବୃଦ୍ଧି କରାଯାଇଛି। ସିଆରପିଏଫ୍ କମାଣ୍ଡୋମାନେ ବୈଦେଶିକ ମନ୍ତ୍ରୀଙ୍କୁ ସୁରକ୍ଷା ଯୋଗାଇ ଦଉଛନ୍ତି।
ଜୟଶଙ୍କର ବର୍ତ୍ତମାନ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) ତରଫରୁ ‘Z’ ସ୍ତରୀୟ ସଶସ୍ତ୍ର ସୁରକ୍ଷା ଦିଆଯାଇଛି, କିନ୍ତୁ ଏବେ ଦେଶର ଯେକୌଣସି ସ୍ଥାନକୁ ଯାତ୍ରା କରିବା ପାଇଁ ତାଙ୍କ ପାଖରେ ଏକ ସମ୍ପୂର୍ଣ୍ଣ ସୁରକ୍ଷିତ ଯାନ ରହିବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରେ ସମ୍ପ୍ରତି ବିପଦ ମୂଲ୍ୟାଙ୍କନ ପରେ ତାଙ୍କ ସୁରକ୍ଷାକୁ ଉନ୍ନତ କରିବାକୁ କୁହାଯାଉଥିଲା। ଗତ ବର୍ଷ ଅକ୍ଟୋବରରେ, ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ସୁରକ୍ଷା ସ୍ତର ‘Y’ ରୁ ‘Z’ ସ୍ତରକୁ ବୃଦ୍ଧି କରାଯାଇଥିଲା। ଏହାପରେ ସିଆରପିଏଫ ଦିଲ୍ଲୀ ପୋଲିସଠାରୁ ଜୟଶଙ୍କରଙ୍କ ସୁରକ୍ଷା ଦାୟିତ୍ୱ ନେଇଥିଲା। ତାଙ୍କ ସୁରକ୍ଷା ପାଇଁ ସର୍ବଦା 33 ଜଣ କମାଣ୍ଡୋ ନିୟୋଜିତ ଅଛନ୍ତି।











Leave a Reply