ଧାନ ଫସଲ ଜଗିଥିବା ବେଳେ ହାତୀ ଆକ୍ରମଣ, ଚାଷୀଙ୍କ ମୃତ୍ୟୁ

ରେଢ଼ାଖୋଲ: ଧାନ ଫସଲ ଜଗିଥିବା ବେଳେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ଖମଣମୁଣ୍ଡା ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ମୃତକ ହେଲେ ଗାଁର ଟୁନା ସୁରିହୋ ମୁଣ୍ଡା । ଧାନ ଫସଲକୁ ସୁରକ୍ଷା ଦେବା ପାଇଁ ବିଲରେ ମଞ୍ଚା କରି ଜଗି ରହିଥିବା ସମୟରେ ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ଏହି ଘଟଣାରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ଘଟଣା ସମ୍ପର୍କରେ ଖବର ପାଇ ନାକଟିଦେଉଳ ବନ ବିଭାଗର କର୍ମଚାରୀମାନେ ପହଞ୍ଚି ତଦନ୍ତ କରିଥିଲେ । ପରେ ମୃତଦେହକୁ ନାକଟିଦେଉଳ ଡାକ୍ତରଖାନାକୁ ପଠାଯାଇଥିଲା । ଆଜି ବ୍ୟବଚ୍ଛେଦ ପରେ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ । ଏହି ଘଟଣା ପରେ ହାତୀ ଚଳପ୍ରଚଳ ଅଞ୍ଚଳରେ ରହୁଥିବା ଲୋକଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି । ହାତୀ ଆକ୍ରମଣ ରୋକିବା ସହ ଜନସାଧାରଣଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଅଧିକ ସତର୍କତା ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial