ଗଜପତିରେ ହୋମଗାର୍ଡ ପଦବୀରେ ନିଯୁକ୍ତି ପାଇଁ ଶାରୀରିକ ପରୀକ୍ଷା ଚାଲିଥିବା ସମୟରେ ଟଳିପଡ଼ିଥିଲେ ଯୁବକ ଫଳରେ ତାଙ୍କ ମୃତ୍ୟୁ ହୋଇଥିଲା। ମୃତ ଯୁବକ ରାମଗିରି ଥାନା ପରିସଲ ଗାଁର ସୁଲନ୍ତ ମିଶାଲ ବୋଲି ଜଣାପଡ଼ିଛି । ଶାରୀରିକ ପରୀକ୍ଷାରେ ଆଉଜଣେ ଯୁବକ ଗୁରୁତର ହେବା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜରୁରୀ କାଳୀନ ସ୍ଥିତିରେ ତାଙ୍କ ଚିକିତ୍ସା ଜାରି ରହିଛି। ତେବେ ହୃଦଘାତ କାରଣରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।
ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହାସହିତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଆଜି ସକାଳେ ଶାରୀରିକ ପରୀକ୍ଷା ପାଇଁ ରାଣିପେଣ୍ଠଠାରୁ ପଦ୍ମପୁର ଦୁଇ କି.ମି ରାସ୍ତାରେ ଦୌଡ ପରୀକ୍ଷା ଚାଲିଥିବା ବେଳେ ଦୌଡରେ ସଫଳତା ସହ ଉତ୍ତୀର୍ଣ୍ଣ ହୋଇଥିଲେ ସୁଲନ୍ତ। ହେଲେ ହଠାତ୍ ତଳେ ପଡିଯିବା ପରେ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ ଆଶାୟୀ ଯୁବକ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।















Leave a Reply