ମେଗା ପାନୀୟ ପ୍ରକଳ୍ପକୁ ନେଇ ଗ୍ରାମରେ ଉତ୍ତେଜନା, ସରପଞ୍ଚ କହୁଛନ୍ତି ଏ ବାବଦରେ ମୁଁ କିଛି ଜାଣିନି

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନଗର ପଞ୍ଚାୟତ ରେ ଦୀର୍ଘ ବର୍ଷ ହେବ ଲାଗିରହିଥିଲା ପାନୀୟ ଜଳ ସମସ୍ୟା, ଦୀର୍ଘ ବର୍ଷ ଆଗରୁ ପାନୀୟଜଳ ସମସ୍ୟା କୁ ନେଇ ନଗର ବାସି ନାହି ନଥିବା ଅସୁବିଧା ର ସମ୍ମୁଖୀନ ହେଈଆସୁଥିଲେ, ହାତରେ ଗରା ବାଲ୍ଟି ଧରି ୨ କିଲୋମିଟର ପର୍ଯ୍ୟନ୍ତ ପାଦ ରେ ଚାଲି ଚାଲି ପାଣି ଆଣିବାକୁ ଆସନ୍ତି ଏହି ଗ୍ରାମ ର ମହିଳା, ଅତ୍ୟନ୍ତ ଅସହ୍ୟ ହୋଇଥିଲା ଏ ଅଞ୍ଚଳ ରେ ପାନୀୟ ଜଳ ପାଇବା ପାଇଁ, କିନ୍ତୁ ପୂର୍ବତନ ସରକାର ଙ୍କ ତରଫରୁ ଏହି ଅଞ୍ଚଳ ରେ ମେଗା ପାନୀୟ ଜଳ ପ୍ରକଳ୍ପ ସ୍ଥାପନ ପାଈଁ କାର୍ଯ୍ୟ ଆରମ୍ଭ ହେଲା ଲୋକ ମାନଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଥିଲା, କିନ୍ତୁ ଆଜି ଏହି ପ୍ରକଳ୍ପ ର କାର୍ଯ୍ୟ କୁ ନେଇ ହଟାତ ଗ୍ରାମବାସୀ ଙ୍କ ଭିତରେ ଦେଖିବାକୁ ମିଳିଛି ଅସନ୍ତୋଷ|ଅସନ୍ତୋଷ ର କାରଣ ଯେଉଁ ସ୍ଥାନରେ ପ୍ରକଳ୍ପ ହେବ ସେହି ସ୍ଥାନ ଖାଲୁଆ ହୋଇଥିବାରୁ ସୁଚାରୁ ରୂପେ ପାନୀୟ ଜଳ ଲୋକ ଙ୍କ ନିକଟରେ ପହଞ୍ଚିପାରିବନି, ଯାହାକୁ ନେଇ ଗ୍ରାମବାସି ମାନେ ଆଣିଛନ୍ତି ଅଭିଯୋଗ, ସେଥିପାଇଁ ଗ୍ରାମବାସୀ ଙ୍କ ତରଫରୁ ଦାବି କରାଯାଇଛି ଗ୍ରାମ ର ଉଚ୍ଚ ମଧ୍ୟବର୍ତ୍ତୀ ଅଞ୍ଚଳ ପାଣି ଟାଙ୍କି କରାଗଲେ ତାହା ସମ୍ପୂର୍ଣ୍ଣ ଅଞ୍ଚଳ ବାସି ଙ୍କୁ ସୁହାହିବ,

ଗ୍ରାମବାସି ଙ୍କ ଅଭିଯୋଗ ମଧ୍ୟ ରହିଛି ଅଞ୍ଚଳ କୁ ସରକାର ଙ୍କର ଆସିଥିବା ମେଗା ପାନୀୟ ପ୍ରକଳ୍ପ ପଞ୍ଚାୟତ ରେ କାର୍ଯ୍ୟକାରୀ ହେଉଛି କିନ୍ତୁ ଏ ବାବଦରେ ସ୍ଥାନୀୟ ସରପଞ୍ଚ କେଉଁଠି ପଲ୍ଲୀସଭା କରିଛନ୍ତି ତାହା ଆମେ ଜାଣିନୁ, ଯାହାକୁ ନେଇ ସରପଞ୍ଚ କହୁଛନ୍ତି ଏ କାର୍ଯ୍ୟକ୍ରମ ଉପରେ ମୁଁ ମଧ୍ୟ କିଛି ଜାଣିନି, ତାହେଲେ ଏଠି ଗ୍ରାମବାସି ଙ୍କ ଅଜ୍ଞାତ ରେ ଏହିଭଳି କାର୍ଯ୍ୟକ୍ରମ ହେଉଥିବାରୁ ଆଜି ନଗର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଗ୍ରାମବାସୀ ମାନଙ୍କ ଭିତରେ କିଛି ଅସନ୍ତୋଷ ର ଦୃଶ୍ୟ ଦେଖିବାକୁ ମିଳିଥିଲା ଏବେ ଦେଖିବାକୁ ବାକି ରହିଛି ପ୍ରକୃତ ରେ ଲୋକ ଙ୍କ ସ୍ୱାର୍ଥ ଅନୁସାରେ ପଞ୍ଚାୟତ ପାଣି ପ୍ରକଳ୍ପ କାର୍ଯ୍ୟକ୍ରମ ହେବ ନା ନାହିଁ|

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)