ଶ୍ରୀମନ୍ଦିରକୁ ଫେରିଲେ ରାମକୃଷ୍ଣ ଦାସ ମହାପାତ୍ର; ଦଇତାପତି ସେବା କାର୍ଯ୍ୟରେ ଯୋଗଦାନ ।

ବରିଷ୍ଠ ଦଇତାପତି ନିଯୋଗ ସମ୍ପାଦକ ଶ୍ରୀରାମକୃଷ୍ଣ ଦାସ ମହାପାତ୍ରଙ୍କ ସରିଲା ନିଲମ୍ବନ ଅବଧି । ମାସେ ପରେ ଶ୍ରୀମନ୍ଦିରକୁ ଫେରିଲେ ରାମକୃଷ୍ଣ ଦାସ ମହାପାତ୍ର । ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା ଥିବାରୁ ଆଜି ଦଇତାପତି ସେବା କାର୍ଯ୍ୟରେ ଯୋଗ ଦେଇଛନ୍ତି । ଶ୍ରୀଜିଉଙ୍କ ସେନାପଟା ଲାଗି ନୀତିରେ ସାମିଲ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଗତ ମେ’ ମାସ ୧୧ ତାରିଖରେ ଶ୍ରୀମନ୍ଦିର ପରମ୍ପରା ବିରୋଧୀ କାର୍ଯ୍ୟ ଯୋଗୁ ୩୦ ଦିନ ପାଇଁ ରାମକୃଷ୍ଣ ଦାସ ମହାପାତ୍ର ନିଲମ୍ବନ‌ ହୋଇଥିଲେ । ଶ୍ରୀମନ୍ଦିର ପ୍ରବେଶ ଉପରେ ମଧ୍ୟ ଲାଗିଥିଲା କଟକଣା । ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ବିବାଦକୁ ଆସିଥିଲେ ରାମକୃଷ୍ଣ ଦାସ ମହାପାତ୍ର । ବଳକା ଦାରୁରେ ବିଗ୍ରହ ନିର୍ମାଣ ଏବଂ ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ନାମକରଣକୁ ପ୍ରତିବାଦ କରିନଥିବାରୁ ନିଆଯାଇଥିଲା ଆକ୍ସନ । ତେବେ ଆଜି ନିଲମ୍ବନ ଅବଧି ସରିବା ପରେ ଦଇତାପତି ସେବା କାର୍ଯ୍ୟରେ ଶ୍ରୀରାମକୃଷ୍ଣ ଦାସ ମହାପାତ୍ର ସାମିଲ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)