ରାଜ୍ୟରେ ପାର୍ଟ ପ୍ଲଟ୍ ବିକ୍ରି ଉପରେ ହଟିଲା କଟକଣା; ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା।

ପାର୍ଟପ୍ଲଟ୍ ବିକ୍ରି ଉପରେ ହଟିଲା କଟକଣା। ଯେଉଁମାନେ ପ୍ଲଟିଂ କରି ବିକ୍ରି କରୁଥିଲେ, ସେମାନଙ୍କୁ ଲେ ଆଉଟ୍ ପ୍ରସ୍ତୁତ କରିବାକୁ ପଡ଼ିବ। ବିକ୍ରି ପାଇଁ ରାସ୍ତା ମଧ୍ୟ ଛାଡ଼ିବାକୁ ପଡ଼ିବ। ସୂଚନାନୁଯାୟୀ, କୃଷି ଜମି ଉପରେ ସମସ୍ତ କଟକଣା ମଧ୍ୟ ହଟିଛି। ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଜାରି କରିଛନ୍ତି। ଗତକାଲି ଆସିଥିଲା ODA(ପ୍ଲାନିଙ୍ଗ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡ)2ୟ ସଂଶୋଧନ ରୁଲ୍ । ଏହି ନିୟମ ଅନୁଯାୟୀ, ଥରକେ 5 ଶହ ବର୍ଗମିଟର କରିହେବ ବିକ୍ରି। ବିନା ଅନୁମୋଦନରେ 5 ଶହ ବର୍ଗମିଟର ଥରକେ ବିକ୍ରି କରିପାରିବେ। ମାତ୍ର ବିକ୍ରି ପାର୍ଟ ପ୍ଲଟ୍ ରିୟଲ ଇଷ୍ଟେଟ୍ ପାଇଁ ବ୍ୟବହାର ମନା। ଏକାଧିକ ଅଂଶିଦାର ଥିବା ଜମି କ୍ଷେତ୍ରରେ ବି 500 ବର୍ଗମିଟର ବିକ୍ରି ହେବ।

ଉଲ୍ଲେଖନୀୟ, ପାର୍ଟ ପ୍ଲଟ୍ ବିକ୍ରି ଓ ଆପାର୍ଟମେଣ୍ଟ ପଞ୍ଜିକରଣ ସମସ୍ୟା ଲାଗି ରହିଥିବାରୁ ରାଜସ୍ୱ ହାନି ହେଉଛି। ତେଣୁ ସମସ୍ୟା ଦୂର କରିବା ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିଲା। ପ୍ଲଟିଂ ସ୍କିମ୍‌ ଓ ଆପାର୍ଟମେଣ୍ଟ ନେଇ ଏବେ ନୂଆ ନିୟମ ଅଣାଯାଇଛି। ପ୍ଲଟିଂ ସ୍କିମ୍‌ରେ ଜମି/ଘର ବିକ୍ରି କରିବା ଆଗରୁ ପ୍ରଥମେ ରାସ୍ତା ପାଇଁ ନିର୍ଦ୍ଦିଷ୍ଟ ଜାଗା ଚିହ୍ନଟ ହେବ । ଜମି ମାଲିକ ପ୍ରଥମେ ରାସ୍ତା ପାଇଁ ଚିହ୍ନଟ ଜମିକୁ ପୌର ପ୍ରଶାସନ କିମ୍ବା ବ୍ଲକ ପ୍ରଶାସନକୁ ହସ୍ତାନ୍ତର କରିବେ। ପ୍ରଥମେ ରାସ୍ତା ତିଆରି ହେବ। ତା’ପରେ ଜମି ମାଲିକ ପ୍ଲଟିଂ ସ୍କିମ୍‌ ଆଗେଇବା ପାଇଁ ସାର୍ଟିଫିକେଟ ପାଇବେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)