୨୮ ତାରିଖ ସନ୍ଧ୍ୟା ଏବଂ ରାତ୍ରି ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ମନ୍ଥା’; ଆନ୍ଧ୍ର କାକିନଡ଼ା ପାଖରେ କରିବ ଲ୍ୟାଣ୍ଡଫଲ୍‌ ।

ଅକ୍ଷର ବ୍ୟୁରୋ: ଭୀଷଣ ବାତ୍ୟା ମନ୍ଥାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ବଡ ଅପଡେଟ୍ ମିଳିଛି । ୨୮ ସନ୍ଧ୍ୟା ପରେ ଆନ୍ଧ୍ର କାକିନଡ଼ା ପାଖରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ‘ମନ୍ଥା’ । ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା । ମଛଲିପଟ୍ଟନମ ଓ କଳିଙ୍ଗପଟ୍ଟନମ ଭିତରେ କାକିନଡ଼ାରେ ଲ୍ୟାଣ୍ଡଫଲ୍ । ଭୀଷଣ ବାତ୍ୟାର ରୂପ ନେଇ ଅତିକ୍ରମ କରିବ କହିଲେ ମନୋରମା ମହାନ୍ତି । ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ ୯୦ରୁ ୧୦୦ କିମି ରହିବ ।

ଆନ୍ଧ୍ରରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ମନ୍ଥା’। ମଚ୍ଛଲିପଟ୍ଟନମ-କଳିଙ୍ଗପଟ୍ଟନମ ଦେଇ ସ୍ଥଳଭାଗ ଅତିକ୍ରମ କରିବା ନେଇ ସୂଚନା ମିଳିଛି । କାକିନାଡ଼ା ପାଖାପାଖି ୨୮ ତାରିଖ ସନ୍ଧ୍ୟା ଏବଂ ରାତ୍ରି ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ତେବେ ଲ୍ୟାଣ୍ଡଫଲ୍ ବେଳେ ସର୍ବାଧିକ ୧୧୦ କିମି ବେଗରେ ପବନ ବହିବ । ୨୭ ତାରିଖ ସକାଳେ ଅଧିକ ଘନୀଭୂତ ହୋଇ ଦକ୍ଷିଣ ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବାତ୍ୟାରେ ପରିଣତ ହେବ । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆନ୍ଧ୍ର ପ୍ରଦେଶ ଉପକୂଳ ଆଡ଼େ ମୁହାଁଇବ । ୨୮ ତାରିଖ ବେଳକୁ ଭୀଷଣ ବାତ୍ୟାର ରୂପ ନେବ ‘ମନ୍ଥା’ । ଦକ୍ଷିଣ ଓଡିଶାରେ ୬୦ରୁ ୭୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଉପକୂଳବର୍ତ୍ତୀ ପୁରୀ, ଖୋର୍ଦ୍ଧା, କନ୍ଧମାଳ ଜିଲ୍ଲାରେ ୫୦ରୁ ୭୦ କିମି ପବନ ବହିପାରେ । ଏନେଇ ଆଞ୍ଚଳିକ ପାଣିପାଗ ନିର୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)