ଆଜି ଛାଡଖାଇ ପାଳୁଛନ୍ତି ଓଡିଶାବାସୀ; ଆମିଷ ବଜାରରେ ଦେଖିବାକୁ ମିଳିଛି ପ୍ରବଳ ଭିଡ ।

ଅକ୍ଷର ବ୍ୟୁରୋ: ଛାଡଖାଇ ପାଇଁ ଆମିଷ ବଜାରରେ ଭିଡ଼ । କାର୍ତ୍ତିକ ପୂର୍ଣ୍ଣିମା ପରେ ଗୁରୁବାର ପଡିଥିବାରୁ ଗତକାଲି ଆମିଷ ବଜାର ପୁରା ଫିକା ପଡିଥିଲା । ଆଜି ଶୁକ୍ରବାର ହୋଇଥିବାରୁ ଆମିଷ ବଜାରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ସକାଳୁ ସକାଳୁ ଭୁବନେଶ୍ୱର, କଟକ ସମେତ ରାଜ୍ୟରେ ବିଭିନ୍ନ ଆମିଷ ବଜାରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ମାର୍କେଟରେ ମଟନ, ଚିକେନ୍, ମାଛ, ଚିଙ୍ଗୁଡି ଆଦି ବିଭିନ୍ନ ପ୍ରକାରର ଆମିଷ ବିକ୍ରି ହେଉଛି । କାର୍ତ୍ତିକ ମାସରେ ହବିଷ ବ୍ରତ କରିଥିବା ଲୋକ ଆଜି ଆମିଷ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି । ଚାହିଦା ଅନୁସାରେ ଆଜି ଦାମ୍ ମଧ୍ୟ ପୂର୍ବ ଅପେକ୍ଷା ଅଧିକ ରହିଛି । ସକାଳୁ ସକାଳୁ ଭୁବନେଶ୍ୱର ସ୍ଥିତ ୪ନମ୍ବର ମାର୍କେଟରେ ଲାଗିଛି ନାହିଁ ନଥିବା ଭିଡ ।

କାର୍ତ୍ତିକ ମାସ ପାଇଁ ଦୀର୍ଘ ମାସେ ହେବ ଲୋକେ ଆମିଷ ଛାଡିଥିଲେ । କାର୍ତ୍ତିକ ମାସକୁ ଏକ ଧାର୍ମିକ ମାସ ଭାବେ ଲୋକେ ମାନୁଥିବାରୁ ଏହି ମାସରେ ଲୋକେ ଆମିଷଠାରୁ ଦୂରରେ ରହିଥାନ୍ତି । ଧର୍ମ ମାସରେ ଠାକୁରଙ୍କ ଶରଣରେ ରହି ପୂନ୍ୟ ଅର୍ଜନ କରିଥାନ୍ତି । ଆଉ କାର୍ତ୍ତିକ ମାସ ପରେ ପାଳନ ହୋଇଥାଏ ଛାଡ଼ଖାଇ । କାର୍ତ୍ତିକ ପୂର୍ଣ୍ଣିମାର ପରଦିନକୁ ଛାଡ଼ଖାଇ ଭାବେ ପାଳନ କରାଯାଏ । କିନ୍ତୁ ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ପରଦିନ ଗୁରୁବାର ପଡ଼ୁଥିବାରୁ ଲୋକେ ଛାଡ଼ଖାଇ ପାଳନ କରିପାରିନଥିଲେ । ଆଜି ଯେହେତୁ ଶୁକ୍ରବାର ତେଣୁ ଆଜି ଆମିଷ ବଜାରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)