ନୂଆପଡ଼ା ଉପନିର୍ବାଚନର ଫଳାଫଳ: ନବମ ପର୍ଯ୍ୟାୟ ଭୋଟ ଗଣତିରେ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ଆଗୁଆ ।

ଅକ୍ଷର ବ୍ୟୁରୋ: ନୂଆପଡ଼ା ବିଧାନସଭା ଉପନିର୍ବାଚନର ନବମ ପର୍ଯ୍ୟାୟ ଭୋଟ ଗଣତି ପ୍ରକ୍ରିୟା ଶେଷ ହୋଇଛି । ନବମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ଆଗୁଆ ରହିଛନ୍ତି । ପ୍ରଥମ ରାଉଣ୍ଡ୍ ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ୩୫୪୭ ଭୋଟ୍‌ରେ ଆଗୁଆ ଥିବା ବେଳେ ନବମ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୩୦ ହଜାରରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି । ଯାହାକି ତାଙ୍କ ବିଜୟକୁ ସୂଚାଉଛି । ଅନ୍ୟପଟେ ବିଜେଡି ପ୍ରାର୍ଥି ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରଥମ ରାଉଣ୍ଡରେ ୧୩୫୭ ଭୋଟ୍ ମିଳିଥିବା ବେଳେ ନବମ ରାଉଣ୍ଡ ସୁଦ୍ଧା ମାତ୍ର ୧୪ ହଜାର ୭୮୪ ଖଣ୍ଡ ଭୋଟ୍ ମିଳିଛି । ସେହିପରି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ପ୍ରଥମ ରାଉଣ୍ଡରେ ୧୩୦୮ ଭୋଟ୍ ମିଳିଥିବା ବେଳେ ନବମ ରାଉଣ୍ତରେ ୧୧୯୫୭ ଖଣ୍ଡ ଭୋଟ୍ ମିଳିଛି ।  

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)