ଡାଃ.ମୋହନସ ଡାଇବେଟିସ୍ ସେଣ୍ଟର ପକ୍ଷରୁ ବିଶ୍ଵ ମଧୁମେହ ଦିବସ ପାଳିତ

ଅକ୍ଷର ବ୍ୟୁରୋ: ବିଶ୍ଵ ମଧୁମେହ ଦିବସ ପ୍ରତିବର୍ଷ ନଭେମ୍ବର ୧୪ ତାରିଖରେ ପାଳନ କରାଯାଇଥାଏ । ଏହି ଅବସରରେ ଡାଃ. ମୋହନସ ଡାଇବେଟିସ୍ ସ୍ପେଶିଆଲିଟିସ ସେଣ୍ଟର ତରଫରୁ ଏକ ମଧୁମେହ ସଚେତନତା ଶିବିର, ଓ୍ୱାକାଥନ କାର୍ଯ୍ୟକ୍ରମ ସହିଦ ନଗର ସ୍ଥିତ ଇମ୍ଫା ପାର୍କରେ ଆୟୋଜିତ ହୋଇଥିଲା ଯେଉଁଥିରେ କି ଡାଃ. ମୋହନସ ଡାଇବେଟିସ୍ ସେଣ୍ଟରର ଅଭିଜ୍ଞ ଡାକ୍ତର ଓ କର୍ମଚାରୀ ଯୋଗ ଦେଇଥିଲେ ଏବଂ ଶିବିରରେ ଉପସ୍ଥିତ ସମସ୍ତ ସାଧାରଣ ଜନତାମାନଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇ ହିତକର ପରାମର୍ଶ ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରଟି ଡାଃ. ମୋହନସ ଡାଇବେଟିସ ସେଣ୍ଟରର ଆଡମିନ୍ ହେଡ୍ ଆଜମବିଲା ସ୍ଵାଇଁଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇ ଶୃଙ୍ଖଳିତ ଭାବରେ ସମାପନ ହୋଇଥିଲା । ବର୍ତ୍ତମାନ ସମୟରେ ବିଶ୍ଵରେ ମଧୁମେହ ରୋଗ ଏକ ମହାମାରୀର ରୂପ ନେଇଛି । ସାରା ବିଶ୍ଵରେ ମଧୁମେହ ରୋଗୀଙ୍କର ସଂଖ୍ୟା ଅନୁସାରେ ଭାରତର ସ୍ଥାନ ଦ୍ଵିତୀୟ । ତେଣୁ ଏହାର ନିରାକରଣ ନିତ୍ୟାନ୍ତ ଜରୁରୀ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)