ଅକ୍ଷର ଓଡିଶା: ଆସୁଛି ଆଉ ଏକ ଲଘୁଚାପ । ୨୨ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା । ସମୁଦ୍ର ଭିତରେ ପଶ୍ଚିମଉତ୍ତର ପଶ୍ଚିମ ଦିଗରେ ଗତିକରି ଘନୀଭୂତ ହୋଇ ୨୪ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ଅବପାତରେ ପରିଣତ ହେବ । ପରବର୍ତ୍ତୀ ୪୮ଘଣ୍ଟାରେ ଗତିର ଦିଗ ବଜାୟ ରଖିବା ସହ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଆହୁରି ଘନୀଭୂତ ହେବା ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ତିନି ଚାରି ଦିନ ପ୍ରବଳ ବର୍ଷା ହୋଇପାରେ ଦକ୍ଷିଣ, ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ।
ତେବେ ଅବେଳରେ ଲଘୁଚାପ ଆସୁଥିବାରୁ ବାତ୍ୟା ଆଶଙ୍କା କରାଯାଉଛି । ଯଦିଓ ଲଘୁଚାପ ଅବପାତରେ ପରିଣତ ହେବା ପରେ କେତେ ଶକ୍ତିଶାଳୀ ହେବ, କେଉଁ ପଥରେ ଆଗକୁ ବଢ଼ିବ, ସ୍ଥଳଭାଗକୁ ମାଡ଼ି ଆସିବ କି, ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । କିନ୍ତୁ ଅସମୟରେ ଲଘୁଚାପ ସୃଷ୍ଟି ହେଉଥିବାରୁ ବାତ୍ୟା ହେବାର ଆଶଙ୍କା ସୃଷ୍ଟି ହୋଇଛି । ଯେଉଁ ସମୟରେ ହାଡ଼ଭଙ୍ଗା ଶୀତ ହେବା କଥା ସେହି ସମୟରେ ଲଘୁଚାପ ହେବା ଜଳବାୟୁ ପରିବର୍ତ୍ତନର ଏକ ସଙ୍କେତ ବୋଲି କହିପାରିବା । ବର୍ତ୍ତମାନ ନଭେମ୍ବର ମାସ ଚାଲିଛି । ଏହି ସମୟରେ ପ୍ରବଳ ଶୀତ ଅନୁଭୂତ ହେବା କଥା । କିନ୍ତୁ ବର୍ତ୍ତମାନ ସେଭଳି ଶୀତ ପଡ଼ିନଥିବା ବେଳେ ବାତ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଯାହା ଏକ ଚିନ୍ତାଜନକ ବିଷୟ ।












Leave a Reply